ଶାନ୍ତିଶୃଙ୍ଖଳାର ସହ ଅଧ୍ଯକ୍ଷ ନିର୍ବାଚନ ସରିଲା


ଫୁଲବାଣୀ-୧୨/୩ : କନ୍ଧମାଳ ଜିଲ୍ଲାର ୧୨ଟି ବ୍ଲକରେ ଶନିବାର ଶାନ୍ତିଶୃଙ୍ଖଳାର ସହିତ ପଞ୍ଚାୟତ ସମିତିଅଧ୍ଯକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଛି I
ପ୍ରାୟ ସମସ୍ତ ବ୍ଳକରେ ଶାସକ ବିଜୁ ଜନତା ଦଳ ଅଧ୍ୟକ୍ଷ ପଦବୀ ହା6ତଇଛି । ଫିରିଙ୍ଗିଆ ବ୍ଳକ ଅଧ୍ୟକ୍ଷା ଭାବେ ଗୋଛାପଡ଼ା ସମିତି ସଭ୍ୟା ନମିତା କହଁର ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବାବେଳେ ସସ୍ମିତା କହଁର ଫୁଲ ବାଣୀବ୍କକ, ପିଙ୍କି କହଁର କୋଟଗଡ଼ ବ୍ଳକ, ବାସନ୍ତୀ ମାଝି ତୁମୁଡିବନ୍ଧ ବ୍ଲକ , ମିଷବତୀ ମଲିକ ବାଲିଗୁଡା ବ୍ଲକ, ବୈନେତ୍ରୀ କହଁର ଚକାପାଦ ବ୍ଲକ , ସୁଶାନ୍ତ ପ୍ରଧାନଦାରିଙ୍ଗବାଡି ବ୍ଳକ,ଅନିମା କହଁରଖଜୁରୀପଡ଼ା ବ୍ଲକ, ଜି ଉଦୟଗିରି ବ୍ଲ୍କକ ସୁଷମା ପ୍ରଧାନ ,ପ୍ରିତମ ଚନ୍ଦ୍ରପ୍ରଧାନ,ରାଇକିଆ, ବ୍ଳକ ଅଧ୍ୟକ୍ଷ ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲୋ ତେବେ କନୂଆଗାଁ ବ୍ଳକ ଅଧ୍ୟକ୍ଷ ପଦବୀ ପାଇଁ ସାଗରୀକ। ପ୍ରଧାନ ଓ ସୁଲୋଚନା ଦଳବେହେରାଙ୍କ ମଧ୍ୟରେ ପ୍ରତିଦ୍ଵନ୍ଦିତା ହୋଇଥିଲା,ସୁଲୋଚନା ଦଳ ବେହେରା ୧୦ଟି ଭୋଟ ପାଇ ବିଜୟୀ ହୋଇଥିବାବେଳେ ସାଗରୀକା ମାତ୍ର୪ଟି ଭୋଟ ପାଇ ପରାସ୍ତ ହୋଇଥିଲେ । ସେହିପରି ଟିକାବାଲି ବ୍ଲକରେ ମଧ୍ୟ ଦିଲିପ କହଁର ଓ ଲଳିତ ପ୍ରଧାନଙ୍କ ମଧ୍ୟରେ ପ୍ରତିଦ୍ଵନ୍ଦିତା ହୋଇଥିଲା ଲଳିତ ୪ଖଣ୍ଡ ଭୋଟ ପାଇଥିବାବେଳେ ଦିଲିପ କହଁର ୭ଟି ଭୋଟ ପାଇ ବିଜୟୀ ହୋଇଥିବା ନେଇ ଜିଲ୍ଲା ପଞ୍ଚାୟତ ଅଧିକାରୀ ରତିକାନ୍ତ
ଅ।ଚାର୍ଯ୍ୟ ପ୍ରକାଶ କରିଛନ୍ତି। ଆସନ୍ତ ।୨୩ରେ ପଞ୍ଚାୟତ ସମିତିଉପାଧକ୍ଷ ପଦବୀ ପାଇଁ ନିର୍ବାଚନ ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.