ନିର୍ବାଚନ ମଇଦାନରେ କନ୍ଧମାଳର ସାଂସଦ ଅଚ୍ୟୁତ ସାମନ୍ତ

ଫୁଲବାଣୀ:- ଜୋର ଧରିଛି କନ୍ଧମାଳର ପୌରନିର୍ବାଚନ ତାତି । ସବୁ ଦଳର ନେତା ଠାରୁ ଆରମ୍ଭ କରି ପ୍ରାଥୀ ମାନେ ଏନେଇ ଜୋରସୋରରେ ଲାଗି ପଡ଼ିଛନ୍ତି । ଏହି କ୍ରମରେ କନ୍ଧମାଳ ସାଂସଦ ଡା. ଅଚ୍ୟୁତ ସାମନ୍ତ ପୌରନିର୍ବାଚନ ପାଇଁ କନ୍ଧମାଳ ଗସ୍ତ ରେ ଆସି ଶନିବାର ଫୁଲବାଣୀ ପୌର ପରିଷଦ ର ବିଜେଡି ଅଧ୍ୟକ୍ଷା ପାର୍ଥୀ ପୁନମ କହଁର ଓ ଚାରି ନମ୍ବର କାଉନସିଲର ପାର୍ଥୀ ତ୍ରିଲୋଚନ କହଁର ଙ୍କ ପାଇଁ ପ୍ରଚାର କରିଥିଲେ । ସାଂସଦ ଡା. ସାମନ୍ତଙ୍କ ନିର୍ବାଚନ ପ୍ରଚାର ରେ କର୍ମୀ ଓ ନେତାଙ୍କ ପ୍ରବଳ ଗହଳି ହୋଇଥିଲା ଆଉ କର୍ମୀ ମାନେ ମଧ୍ୟ ଉତ୍ସାହିତ ହୋଇଥିବା ଦେଖିବାକୁ ମିଳିଥିଲା । ସାଂସଦ ସାମନ୍ତ ଙ୍କ ସହ ସଂଖ୍ୟା ଲଘୁସେଲର ରାଜ୍ୟ ସାଧାରଣ ସମ୍ପାଦକ ମହମଦ ୟାସିନ, ଜ଼ିଲ୍ଲା ସଭାପତି ସରୋଜ କର୍ଣ୍ଣ, ସଂଖ୍ୟା ଲଘୁ ନେତା ମହମଦ ସାକିଲ, ଈମାନୁଏଲ ରଥ, ଜାହିର ଅଖତାର,ନଗର ସଭାପତି ସୁଧୀର କହଁର, ସଂଖ୍ୟା ଲଘୁ ସେଲର ଜ଼ିଲ୍ଲା ସଂଯୋଜକ ପ୍ରସନ୍ନ ବିଶୋଇ, ଛାତ୍ର ଜନତା ସଭାପତି ସୁନୀଲସେଠି, ପ୍ରମୁଖ ବହୁ ସଂଖ୍ୟା ରେ ଉପସ୍ଥିତ ରହି ବିଜେଡି ଦଳ ପାର୍ଥୀ ମାନଙ୍କୁ ବହୁ ସଂଖ୍ୟାରେ ଭୋଟ ଦେବାଲାଗି ଅନୁରୋଧ କରିଥିଲେ । ଆଜି ଫୁଲବାଣୀସାହି ସ୍ଥିତ ଆମ୍ବେଦ କର ପ୍ରତିମୁର୍ତି ରେ ପୁଷ୍ପ ମାଲ୍ୟାର୍ପଣ କରି ବିଶାଳ ପଟୁଆର ଦଳିୟ ପାର୍ଥୀ ମାନଙ୍କ ପାଇଁ ପ୍ରଚାର ଆରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ କଲ୍ୟାଣ କାର୍ଯ୍ୟକ୍ରମ, ସ୍ୱଚ୍ଛଶାସନ ପାଇଁ ରାଜ୍ୟର ଗ୍ରାମାଞ୍ଚଳ ଲୋକ ମାନେ ବିଜୁଜନତା ଦଳ କୁ ବିପୁଳ ସଂଖ୍ୟା ରେ ଭୋଟ ଦେଇ ଜୟଯୁକ୍ତ କରିଥିଲେ । ଏବେ ପୌରାଞ୍ଚଳ ରେ ମଧ୍ୟ ଭୋଟ ଦେଇ ଦଳିୟ ପାର୍ଥୀ ମାନଙ୍କୁ ବିଜୟୀ କରିବା ପାଈଁ ନିବେଦନ କରିଥିଲେ । ସାଂସଦ ଡ଼ଃ. ସାମନ୍ତ ପ୍ରଚାରରେ ଯୋଗ ଦେବା ପରେ କର୍ମୀଙ୍କ ମଧ୍ୟରେ ଜୋଶ ଆସି ଯାଇଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.