ପଞ୍ଚାୟତ ନିର୍ବାଚନରେ ଇତିହାସ ରଚିଲା ବିଜେଡି

ଜିଲ୍ଲା ପରିଷଦ ନିର୍ବାଚନରେ ଇତିହାସ ସୃଷ୍ଟି କରି ରାଜ୍ୟର ୩୦ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିଛି ବିଜେଡି । ସବୁ ଜିଲ୍ଲା ପରିଷଦ ନିର୍ବାଚନରେ ଆବଶ୍ୟକ ସଂଖ୍ୟକ ସଦସ୍ୟ ନିର୍ବାଚିତ ହୋଇଥିଲେ ବି ଆଜିର ଅଧ୍ୟକ୍ଷ ନିର୍ବାଚନ ଉପରେ ନଜର ରହିଥିଲା ଏବଂ ସଫଳତାର ସହ ବିଜେଡି ସବୁ ଜିଲ୍ଲା ପରିଷଦ ଗଠନ କରିଛି । ମାଲକାନଗିରି ଜିଲ୍ଲା ପରିଷଦର ଅଧ୍ୟକ୍ଷ ହୋଇଛନ୍ତି ସ୍ୱାଭିମାନ ଅଞ୍ଚଳରେ ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚନ ଜିତିଥିବା ସଦସ୍ୟ । ସେହିପରି ସୁନ୍ଦରଗଡରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହୋଇଛନ୍ତି, ଜଣେ ମହିଳା ପ୍ରାର୍ଥୀ । ଏକ ଦଶନ୍ଧୀ ପରେ ପଞ୍ଚାୟତ ନିର୍ବାଚନରେ ଭାଗ ନେଇଥିଲେ ସ୍ୱାଭିମାନ ଅଞ୍ଚଳବାସୀ । ନକ୍ସଲ ଭୟ ଭିତରୁ ବାହାରି ଗଣତନ୍ତ୍ରର ମହାପର୍ବରେ ଅତି ଉତ୍ସାହର ସାମିଲ ହୋଇଥିଲେ । ସେହି ସ୍ୱାଭିମାନ ଅଞ୍ଚଳର ବିଜେଡି ପ୍ରାର୍ଥୀ ସମାରି ତାଙ୍ଗୁଲୁ ହୋଇଛନ୍ତି ମାଲକାନଗିରିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା । ଫଳରେ ଅଞ୍ଚଳବାସୀଙ୍କ ପାଇଁ ଖୁସି ଦୁଇଗୁଣ ହୋଇଯାଇଛି । ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡି ଯେଭଳି ଅଦ୍ଭୁତପୂର୍ବ ସଫଳତା ପାଇଥିଲା ତାର ପ୍ରତିଫଳନ ଘଟିଛି ଅଧ୍ୟକ୍ଷ ନିର୍ବାଚନରେ । କାରଣ ଏଥର ଦଳ ବଦଳ ଉପରେ ଅଙ୍କୁଶ ଲାଗିଛି । ଦଳୀୟ ଏଜେଣ୍ଟକୁ ଦେଖାଇ ଭୋଟ ଦେଇଥିଲେ ଜିଲ୍ଲା ପରିଷଦ ସଦସ୍ୟ । ତେଣୁ ଭୋଟ ଏପଟ ସେପଟ ହେବାର ଆଶଙ୍କା ନଥିଲା । ଓଡ଼ିଶାର ପୂର୍ବ-ପଶ୍ଚିମ-ଉତ୍ତର-ଦକ୍ଷିଣ ସବୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପୋଛି ନେବାରେ ସଫଳ ହୋଇଛି ଶାସକ ଦଳ । ନବନିର୍ବାଚିତଜିଲ୍ଲାପରିଷଦଅଧ୍ୟକ୍ଷ ବଲାଙ୍ଗିର- ଦେବକୀ ସାହୁ (ବିଜେଡି) ,ବରଗଡ଼- ମାନିନୀ ଭୋଇ (ବିଜେଡି),ବାଲେଶ୍ବର- ନାରାୟଣ ପ୍ରଧାନ (ବିଜେଡି)
ଭଦ୍ରକ- ପ୍ରଫୁଲ ଜେନା (ବିଜେଡି),ଦେବଗଡ଼- କୌଶିକ କୁମାର ପ୍ରଧାନ (ବିଜେଡି),ଢେଙ୍କାନାଳ- ଅର୍ଚ୍ଚନା ପୁହାଣ (ବିଜେଡି),ଝାରସୁଗୁଡ଼ା- ତୁଲାବତୀ ମିଞ୍ଜ (ବିଜେଡି),ଯାଜପୁର- ନଳିନୀପ୍ରଭା ଜେନା (ବିଜେଡି),ଜଗତସିଂହପୁର- ମନୋଜ କୁମାର ଭୋଇ (ବିଜେଡି),କେନ୍ଦୁଝର- ସାଗରୀକା ସାହୁ (ବିଜେଡି),କଳାହାଣ୍ଡି- ପୁଷ୍ପେନ୍ଦ୍ର କୁମାର ସିଂହଦେଓ (ବିଜେଡି),କନ୍ଧମାଳ- ନନ୍ଦିନୀ ମଲ୍ଲିକ (ବିଜେଡି),କୋରାପୁଟ- ସସ୍ମିତା,ମେଲେକା (ବିଜେଡି),କେନ୍ଦ୍ରାପଡ଼ା- ଗୀତାଞ୍ଜଳି ସେଠୀ (ବିଜେଡି),ନୂଆପଡ଼ା- ଡଲି ମାଝୀ (BJD ),ନବରଙ୍ଗପୁର- ମୋତିରାମ ନାୟକ (ବିଜେଡି),ନୟାଗଡ଼- ଦେବାଶିଷ ପଟ୍ଟନାୟକ (ବିଜେଡି),ରାୟଗଡ଼ା- ସରସ୍ବତୀ ମାଝୀ (ବିଜେଡି),ସମ୍ବଲପୁର- କୁମୁଦିନୀ ନାୟକ (ବିଜେଡି),ସୁବର୍ଣ୍ଣପୁର- ସୁପାର ଠେଲା (ବିଜେଡି),ବୌଦ୍ଧ- ପ୍ରଭାସିନୀ ଦାସ (ବିଜେଡି),ପୁରୀ- ସ୍ବପ୍ନାରାଣୀ ସ୍ବାଇଁ (ବିଜେଡି),ଅନୁଗୁଳ- ବବିତା ପ୍ରଧାନ (BJD )

gpkandhamal

Umasankar Adv
Leave A Reply

Your email address will not be published.