ଆଜି ବୁଥ୍‌ ଅଭିମୁଖେ ବାହାରିବେ ପୋଲିଂ ପାର୍ଟି

ଭୁବନେଶ୍ୱର ୨୩।୦୩: ପୌର ଭୋଟ ପାଇଁ ଚାଲିଛି ସଜବାଜ । ଆଜି ପୋଲିଙ୍ଗ୍ ବୁଥ୍ ଅଭିମୁଖେ ବାହାରିବେ ପୋଲିଙ୍ଗ ପାର୍ଟି । ପୌର ଭୋଟ ପାଇଁ ନିୟୋଜିତ ହେବେ ୨୨ ହଜାର ପୋଲିଂ କର୍ମଚାରୀ। ପ୍ରତ୍ୟେକ ପୋଲିଂ ପାର୍ଟିରେ ଜଣେ ପ୍ରିଜାଇଡିଂ ଅଫିସର ଏବଂ ୪ ଜଣ ପୋଲିଂ ଅଫିସର ରହିବେ । ସମୁଦାୟ ୧୭ ଶହ ୩୭ ୱାର୍ଡରେ ହେବ ପୌର ପରିଷଦ ନିର୍ବାଚନ । ୪ ହଜାର ୩୭୩ ବୁଥରେ ୪୦ ଲକ୍ଷ ୫୫ ହଜାର ୫୩ ଜଣ ମତଦାତା ମତଦାନ ସାବ୍ୟସ୍ତ କରିବେ । ତେବେ ଗୁରୁବାର ସକାଳ ୮ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ହେବ ଭୋଟ ଗ୍ରହଣ । ବିଏମସି ନିର୍ବାଚନ ପରିଚାଳନା ପାଇଁ ବିଜେବି କଲେଜ ପରିସରେର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୋଟ ପାଇଁ ମୁତୟନ ହୋଇଥିବା ଗାଡି ବିଜେବି କଲେଜ ଗ୍ରାଉଣ୍ଡରେ ପହଁଚିଛି । କେଉଁ ଗାଡି କେଉଁ ପୋଲିଙ୍ଗ ବୁଥକୁ ପଠାଯିବ ସେ ନେଇ ଗାଡି ଗୁଡିକୁ ଆଲର୍ଟ କରାଯାଇଛି । ଭୁବନେଶ୍ବରରେ ୬୭ ଟି ୱାର୍ଡରେ ୭୦୫ ବୁଥର ପାଇଁ ୧୫ ଶହ ଜଣ ପ୍ରିଜାଇଡିଂ ଓ ପୋଲିଂ ଅଫିସର ରହିବେ । ସେହିପରି ଭୋଟରଙ୍କ ପାଇଁ ସବୁ ବୁଥରେ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯିବ ସହିତ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ହୁଇଲ ଚେୟାର ବ୍ୟବସ୍ଥା କରାଯିବ । ଅତି ସମ୍ବେଦନଶୀଳ ବୁଥରେ ଜଣେ ଏଏସଆଇ ରାଙ୍କର ଅଧିକାରୀଙ୍କୁ ନିୟୋଜିତ ରହିବେ । ଭୁବନେଶ୍ବରର ୬୭ ୱାର୍ଡ ପାଇଁ ହେବ ୭୦୫ ବୁଥ୍। କଟକର ୪୪୯ ବୁଥରେ ମତଦାନ କରିବେ ଭୋଟର । ସମସ୍ତ ବୁଥରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଥିବା ବେଳେ ମୁତୟନ ହେବେ ୨୫ ପ୍ଲାଟୁନ ପୋଲିସ ଫୋର୍ସ ।

Leave A Reply

Your email address will not be published.