ସତ ହେଉଛି କି ବାବାଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ ୨୩/୦୩ : ବହୁ ବର୍ଷ ପୂର୍ବରୁ ଏକ  ଭାବିଷ୍ୟବାଣୀ ହୋଇଥିଲା।  ଏମିତି ଏକ ସମୟ ଆସିବ ଋଷ୍ ପୂରା ଦୁନଆରେ କରିବ ରାଜ୍। ହେବେ ସବୁଠୁ ଶକ୍ତିଶାଳୀ। ଏକଥା କଣ ଆପଣ ବିଶ୍ୱାସ କରିବେ।  ହୁଏତ ନା। କିନ୍ତୁ ଋଷ୍-ୟୁକ୍ରେନ୍‌ ଯୁଦ୍ଧର ପରିଣାମ ଦେଖିଲେ ଏସବୁ ସତ ହେଉଥିବା ଜଣା ପଡ଼ୁଛି।  ଭବିଷ୍ୟବାଣୀ ଉପରେ ବଢ଼ୁଛି ବିଶ୍ୱାସ। କାହିଁକିନା ଗୋଟେପଟେ ଋଷର ଆକ୍ରମଣ । ଅନ୍ୟପଟେ  ୟୁକ୍ରେନ ବି ଯୁଦ୍ଧ ଭୂମିର ହଟିବାକୁ ନାରାଜ।  ତେବେ ଆପଣ ଭାବୁଥିବେ କିଏ କରିଥିଲା ଏମିତି ଭବିଷ୍ୟବାଣୀ। ଫକୀର ବାବା ତଥା ବାବା ଭଙ୍ଗା। ଶହ ଶହ ବର୍ଷ ପୂର୍ବରୁ ସେ ଏମିତି କରିଥିଲେ ଭବିଷ୍ୟ ବାଣୀ। ଆଜ୍ଞା ହଁ ବୁଲ୍ଗାରିୟାର ଏହି ଦୃଷ୍ଟିହୀନ ଫକୀର ବାବା। ଅନେକ ଘଟଣାକୁ ନେଇ କରିଥିଲେ ଭବିଷ୍ୟବାଣୀ। ଯାହା ସତ ବି ହୋଇଛି। ଏବେ ତାଙ୍କର ଏହି ଭବିଷ୍ୟବାଣୀ ଉପରେ ସମସ୍ତଙ୍କ ନଜର। ଯେଉଁଥିରେ ବାବା ପୁଟିନଙ୍କ ବିଷୟରେ କହିଥିଲେ। ମୃତ୍ୟୁ ପୂର୍ବରୁ  ବାବା ଭଙ୍ଗା ୫ହଜାରରୁ ଅଧିକ ଭବିଷ୍ୟବାଣୀ କରିଥିଲେ । ଯେଉଁଥିରେ ଆମେରିକାର୯/୧୧ ଆକ୍ରମଣ। ବାରକ ଓବାମାଙ୍କର ରାଷ୍ଟପତି ହେବା। ରାଜକୁମାରୀ ଡାୟନାଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ। ଥାଇଲାଣ୍ଡରେ ସୁନାମୀ। ୨୦୦୧ରେ ୱାର୍ଲଡ ଟ୍ରେଡ୍‌ ସେଣ୍ଟର ଉପରେ ଆକ୍ରମଣ ଓ କରୋନା ଭାଇରସ୍‌ ଭଳି କଥା ପୂରା ଦୁନିଆରେ ହୋଇଛି ସତ। ବାବା  ଭଙ୍ଗା ପୁଟିନ୍‌ ଙ୍କୁ ନେଇ ବି ଏମିତି କିଛି କଥା କହିଥିଲେ। ଯାହା ୟୁକ୍ରେନ୍‌-ଋଷ୍ ସମୟରେ ସତ ହେବା ଦେଖାଯାଉଛି।  ବାବା ଭଙ୍ଗା କହିଥିଲେ, ଗୋଟେ ସମୟ ଆସିବ ଯେବେ ଆମେରିକାର ରାଜୁତି ହୋଇଯିବ ଶେଷ । ଆଉ ଋଷ୍‌ ପୂରା ଦୁନିଆରେ ରାଜୁତି କରିବ। ପୂରା ଦୁନିଆର ସାଜିବ ଶାସକ। ଋଷ୍‌ କୁ କେହି ରୋକି ପାରିବେନି। ଋଷ ପୂରାଦୁନିଆର ସାଜିବ ବାତ୍ସା। ଆଉ ୟୁକ୍ରେନ୍‌ ପାଲଟିଯିବ ମରୁଭୂମି।  ବାବା ଭଙ୍ଗା ଲେଖକ ଭାଲେଣ୍ଟିନ୍‌ ସିଦୋରୌୱଙ୍କ ସହ ଏହି ବିଷୟରେ କରିଥିଲେ ଆଲୋଚନା। ୧୯୯୬ରେ ବାବାଙ୍କ ମୃତ୍ୟୁ ପୂର୍ବରୁ ସେ ଆଉ ଏକ ଚକିତ କଲା ଭଳି ଭବିଷ୍ୟବାଣୀ କରିଥିଲେ। ସେ କହିଥିଲେ ୫୦୭୯ରେ ଶେଷ ହୋଇଯିବ ଦୁନିଆ।  ତେବେ ଆସନ୍ତୁ ବାବାଙ୍କ ବିଷୟରେ କିଛି କଥା। ବୁଲଗେରିଆର ବାବା ଭଙ୍ଗା। ଜଣେ  ମହିଳାଙ୍କ ନାଁ।  ସେ ତାଙ୍କ ଭବିଷ୍ୟବାଣୀ ପାଇଁ ପ୍ରସିଦ୍ଧ। ତାଙ୍କ ଜନ୍ମ ୧୯୧୧ ହୋଇଥିବାବେଲେ ମୃତ୍ୟ ୧୯୯୬ ରେ ହୋଇଥିଲା। ତାଙ୍କୁ ପୂରା ନାଁ ବେଙ୍ଗେଲିଆ ଗୁସ୍ତେରୋଆ ଥିଲା। ସେ ଅନେକ ଭବିଷ୍ୟବାଣୀ କରିଥିଲେ । ଯାହା କି ହେଉଛି ସତ। ବାବା ଭଙ୍ଗା ଦୃଷ୍ଟିହୀନ ଥିଲେ ହେଲେ ତାଙ୍କ ପାଖରେ ଏକ ଅଦୃଶ୍ୟ ଶକ୍ତି ଥିଲା। ଯାହାଦ୍ୱାରା ସେ ଭବିଷ୍ୟତ କଥା ଜାଣି ପାରୁଥିଲେ।   ୟୁକ୍ରେନ୍‌-ଋଷ୍‌ ଯୁଦ୍ଧ ଚାଲିଛି।  ସମାଧାନ  ବାଟ ବାହାରୁନି। ତେବେ ଏମିତି ସ୍ଥିତିରେ ଭବିଷ୍ୟବାଣୀ ସତ ହେବା ଅନୁମାନ୍‌ କରାଯାଉଛି।   ତେବେ କଣ ସତରେ ପୁଟିନ୍‌ ପୂରା ଦୁନିଆରେ ରାଜ୍‌ କରିବେ? ସତ ହେବ କି ଭବିଷ୍ୟବାଣୀ?

Leave A Reply

Your email address will not be published.