କବାଡି ଗୋଦାମରେ ଲାଗିଲା ନିଆଁ, ଜୀବନ୍ତ ଜଳିଗଲେ ୧୧ ଶ୍ରମିକ

ହାଇଦ୍ରାବାଦ ୨୩/୦୩ : ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ଭୋଇଗୁଡାଠାରେ କବାଡ଼ି ଗୋଦାମରେ ଭୀଷଣ ଅଗ୍ନିକାଣ୍ଡ । ଏହି ବଡ଼ ଧରଣର ଅଗ୍ନିକାଣ୍ଡରେ ୧୧ ଜଣ ଶ୍ରମିକ ଜୀବନ୍ତ ଜଳିଯାଇଛି । ମୃତ୍ୟୁବରଣ କରିଥିବା ସମସ୍ତ ଶ୍ରମିକ ବିହାରର ବାସିନ୍ଦା ଏବଂ ଏଠାରେ ଥିବା କବାଡି ଗୋଦାମରେ କାମ କରୁଥିଲେ ବୋଲି ଜଣାପଡିଛି । ଏଥିସହ ଘଟଣାସ୍ଥଳରେ ଉପସ୍ଥିତ ଥିବା ହାଇଦ୍ରାବାଦ ଡିସିପି ସେଣ୍ଟ୍ରାଲ ଜୋନ୍ କହିଛି ଯେ ସମସ୍ତ ୧୧ଟି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ନିଆଯାଇଛି । ବର୍ତ୍ତମାନ ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଛି । ସୂଚନା ଅନୁସାରେ, କବାଡ଼ି ଗୋଦାମର ପ୍ରଥମ ମହଲାରେ ୧୨ ଜଣ ଶ୍ରମିକ ଶୋଇଥିଲେ। ଏହି ସମୟରେ ହଠାତ୍‌ ଗ୍ରାଉଣ୍ଡ ଫ୍ଲୋରରେ ନିଆଁ ଲାଗିଯାଇଥିଲା । ତେବେ ଶ୍ରମିକଙ୍କ ପାଇଁ ବାହାରିବାର ରାସ୍ତା ଏକ ମାତ୍ର ଗ୍ରାଉଣ୍ଡ ଫ୍ଲୋର କବାଡ଼ି ଦୋକାନର ମଧ୍ୟ ଭାଗରେ ରହିଥିଲା । ହେଲେ ଏହାର ସଟର ବନ୍ଦ ରହିଥିଲା । ଫଳରେ ନିଆଁରେ ପୋଡ଼ିଯାଇ ୧୧ ଜଣଙ୍କ ଜୀବନ ଯାଇଛି । ପୋଲିସର ସୂଚନା ଅନୁସାରେ ଫାୟାର କଣ୍ଟ୍ରୋଲ ରୁମକୁ ପ୍ରାୟ ଭୋର ୩ ଟା ସମୟରେ ନିଆଁ ଲାଗିଯାଇଥିବା ନେଇ ଖବର ମିଳିଥିଲା। ଏହାପଟେ ୯ ଟି ଦମକଳ ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ତେବେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ୩ ଘଣ୍ଟା ସମୟ ଲାଗିଥିଲା ବୋଲି ପୋଲିସ କହିଛି ।

Leave A Reply

Your email address will not be published.