ଶେରଗଡ ପିତ୍ତଳ ଗାଁରେ ଗୋଷ୍ଠୀ ସଂଘର୍ଷରୁ ତୁମୁଳକାଣ୍ଡ, ୪ ଜଣଙ୍କୁ ନିର୍ମମ ହତ୍ୟା

ଗଞ୍ଜାମ ୨୩/୦୩: ଗଞ୍ଜାମ ହିଞ୍ଜିଳିକାଟୁରେ ଜଘନ୍ୟ ହତ୍ୟାକାଣ୍ଡ । ୪ ଜଣଙ୍କୁ ବୀଭତ୍ସ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ପରିବାରର ୩ ଜଣ ସମେତ ଅନ୍ୟ ଜଣେ ସମ୍ପର୍କୀୟଙ୍କୁ ହତ୍ୟା କରାଯାଇଛି । ହିଞ୍ଜିଳି ଥାନା ତଥା ଶେରଗଡ଼ ବ୍ଳକ ଅନ୍ତର୍ଗତ ପିତ୍ତଳ ଗାଁର ଘଟଣା । ଗୋଷ୍ଠୀ ସଂଘର୍ଷ ଯୋଗୁ ହତ୍ୟାକାଣ୍ଡ ଘଟିଥିବା ସୂଚନା । ଘଟଣାସ୍ଥଳରେ ହିଞ୍ଜିଳିକାଟୁ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଏମିତି ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ଦେଖାଦେଇଛି ।

Leave A Reply

Your email address will not be published.