ବଢିଲା ଇମ୍ରାନଙ୍କ ସଂକଟ

ନୂଆଦିଲ୍ଲୀ ୨୩/୦୩: ସଂକଟରେ ଇମ୍ରାନ୍ । କେତେବେଳେ ବି ଚାଲିଯିବ ପ୍ରଧାନମନ୍ତ୍ରୀ ପଦ । ତାଜା ରିପୋର୍ଟ ଅନୁଯାୟୀ ପାକିସ୍ତାନ ସେନାର ଜଳ ,ସ୍ଥଳ ଓ ଆକାଶ ବାହିନୀର ମୁଖ୍ୟଙ୍କ ସହ ସେନା ମୁଖ୍ୟ ବାଜୱାଙ୍କର ଏକ ବୈଠକ ବସିଥିଲା । ଯେଉଁଥିରେ ସମସ୍ତେ ଇମ୍ରାନଙ୍କୁ ଗାଦିଚ୍ଯୁତ କରିବାକୁ ସହମତି ପ୍ରକାଶ କରିଛନ୍ତି । ସେପଟେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ନେଇ ବିଚଳିତ ପାକିସ୍ତାନ ପ୍ରଧାନମନ୍ତ୍ରୀ ମୁସଲିମ୍ ଦେଶ ଉପରେ ବର୍ଷିଛନ୍ତି । ୪୮ତମ ଓ.ଆଇ.ସି. ସମ୍ମିଳନୀକୁ ଉଦଘାଟନ କରି ଇମ୍ରାନ୍ ଇସ୍ଲାମୋଫୋବିଆ ଓ ଆତଙ୍କବାଦ ଉପରେ ଆଲୋଚନା କରିଛନ୍ତି । ଇସଲାମର ତୁଳନା ଆତଙ୍କବାଦ ସହ କାହିଁକି କରାଯାଉଛି ବୋଲି ଇସଲାମିକ୍ ସହଯୋଗ ସଂଗଠନର ଦେଶଗୁଡ଼ିକୁ ପ୍ରଶ୍ନ କରିଛନ୍ତି ଇମ୍ରାନ୍ । କହିଛନ୍ତି ଇସଲାମ୍ ଛବିକୁ ବଞ୍ଚାଇବା ଲାଗି ମୁସଲିମ୍ ଦେଶ କିଛି କରୁ ନାହାନ୍ତି । ୧୫ ମାର୍ଚ୍ଚକୁ ଇସଲାମଫୋବିଆରୁ ରକ୍ଷା ପାଇବା ଲାଗି ଅନ୍ତର୍ଜାତୀୟ ଦିବସ ଭାବେ ଘୋଷଣା କରାଯାଇଛି । ଇମ୍ରାନ୍ ନ୍ୟୁଜିଲାଣ୍ଡର କ୍ରାଇଷ୍ଟଚର୍ଚ୍ଚ ଘଟଣାକୁ ଅବତାରଣା କରି କହିଛନ୍ତି, ୧୫ ମାର୍ଚ୍ଚରେ ଜଣେ ବନ୍ଧୁକଧାରୀ ମସଜିଦରେ ପଶି ୫୦ ଜଣଙ୍କୁ ଗୁଳି କରିଥିଲା । ସେ ମସଜିଦରେ ଲୋକଙ୍କୁ କାହିଁକି ମାରିଲା ? କାରଣ ତାକୁ ଲାଗିଲା ସମସ୍ତ ମୁସଲିମ୍ ଆତଙ୍କବାଦୀ । ଇସ୍ଲାମୋଫୋବିଆ କେଉଁଠି ଆସିଲା, କିଏ ପ୍ରୋତ୍ସାହନ ଦେଲା ? ଏସବୁ ୯/୧୧ ଘଟଣା ପରେ ହୋଇଛି । ଏହାକୁ ବନ୍ଦ କରିବା ଲାଗି କିଛି ପ୍ରୟାସ କରାଯାଇନଥିବା ଇମ୍ରାନ ଅଭିଯୋଗ ଆଣିଛନ୍ତି । ଇସଲାମର ତୁଳନା ଆତଙ୍କବାଦ ସହ କରାଯାଉଛି ।ମୋତେ କ୍ଷମା କରନ୍ତୁ କହି ଇମ୍ରାନ କହିଛନ୍ତି ,ଏହା ଏଥିପାଇଁ ହେଉଛି କାରଣ ମୁସଲିମ୍ ଦେଶ ଭୁଲ୍ ଧାରଣା ହଟାଇବା ପାଇଁ କିଛି କରୁନାହାନ୍ତି । କାହାର ଧର୍ମକୁ ଆତଙ୍କବାଦ ସହ କିଭଳି ଯୋଡ଼ି ପାରିବା ? କିଛି ଦେଶ ଆତଙ୍କବାଦ ଓ ଇସଲାମ୍ ଧାରଣା ପରିବର୍ତ୍ତନ ପରିବର୍ତ୍ତେ ,ସେମାନେ ଉଦାର ମୁସଲମାନ ବୋଲି କହୁଛନ୍ତି । ଯାହାକୁ ନେଇ କ୍ଷୁବ୍ଧ ହୋଇଛନ୍ତି ଇମ୍ରାନ୍ ।….

Leave A Reply

Your email address will not be published.