ପଡିଆରେ ଓ୍ୱାର୍ଣ୍ଣର-ଅମ୍ପାୟାର ମୁହାଁମୁହିଁ

ନୂଆଦିଲ୍ଲୀ ୨୫/୦୩ : ଅଷ୍ଟ୍ରେଲିଆ ଟିମ୍ ଏବେ ପାକିସ୍ତାନ ଗସ୍ତରେ ଅଛି । ଉଭୟ ଟିମ୍ ମଧ୍ୟରେ ସିରିଜର ତୃତୀୟ ଓ ଶେଷ ଟେଷ୍ଟ୍ ଖେଳାଯାଉଛି । ତେବେ ମ୍ୟାଚର ଚତୁର୍ଥ ଦିନରେ ଏକ କ୍ରିଜରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଯେଉଁଥିରେ ଅଷ୍ଟ୍ରେଲିଆ ଓପନର ଡେଭିଡ୍ ଓ୍ୱାର୍ଣ୍ଣର ହଠାତ ଫିଲ୍ଡ ଅମ୍ପାୟରଙ୍କ ସହ ମୁହାଁମୁହିଁ ହୋଇଥିଲେ । ଏପରିକି ସେ ଅମ୍ପାୟାରଙ୍କୁ କ୍ରିକେଟ ନିୟମର ବହି ଦେଖାଇବାକୁ କହିଥିଲେ । ସୂଚନାନୁସାରେ, ଦ୍ୱିତୀୟ ପାଳିର ୨୧ ତମ ଓଭରରେ ଏହି ଘଟଣା ଘଟିଥିଲା । ଅମ୍ପାୟାର ଅଲିମ୍ ଦାର ଓ ଏହସାନ ରାଜା ଷ୍ଟ୍ରାଇକ୍ ପରେ ଓ୍ୱାର୍ଣ୍ଣରଙ୍କ ପାଖକୁ ଯାଇଥିଲେ । ଏହାସହ ସଟ୍ ଖେଳିବା ପରେ ପିଚର ଡେଞ୍ଜର ଜୋନ୍ ଆଡେ ନଯିବାକୁ କହିଥିଲେ । ଏହାପରେ ଓ୍ୱାର୍ଣ୍ଣର ପାଲଟା ଜବାବ ଦେଇଥିଲେ । ସେ କିଛି ଭୁଲ କରିନଥିବା ଓ୍ୱାର୍ଣ୍ଣର କହିଥିଲେ । ଓ୍ୱାର୍ଣ୍ଣର ରାଗିଯାଇ କହିଥିଲେ ଯେ, ଅମ୍ପାୟାରଙ୍କ ଇଚ୍ଛା ଅନୁସାରେ ସେ ସଟ୍ ଖେଳିପାରିବେ ନାହିଁ । ଏହାସହ ନିୟମ ବହି ଦେଖାଇବାକୁ କହିଥିଲେ । ଏହାସହ ନିୟମାବଳୀ ନଦେଖାଇଲା ଯାଏଁ ସେ ଖେଳିବେ ନାହିଁ ବୋଲି କହିଥିଲେ । ଏପରି ଭାବେ କିଛି ସମୟ ଯାଏଁ ମ୍ୟାଚ୍ ସ୍ଥଗିତ ରହିଥିଲା ।

Leave A Reply

Your email address will not be published.