ପରଲୋକରେ ଜିଫ୍ ପ୍ରତିଷ୍ଠାତା

ନୂଆଦିଲ୍ଲୀ ୨୫/୦୩:  ଜିଫ୍ ଫଟୋ ବା ଫାଇଲର ପ୍ରତିଷ୍ଠାତା ଷ୍ଟିଫେନ୍ ଓ୍ୱିଲହାଇଟ୍ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ୧୯୮୭ରେ ଜିଫ୍ ଫାଇଲ ତିଆରି କରିଥିଲେ । ତେବେ ଆମେରିକାରେ ରହୁଥିବା ଷ୍ଟିଫେନ୍ ଗତ ୧୪ ତାରିଖରେ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ । ଏନେଇ ତାଙ୍କ ପତ୍ନୀ ବୁଧବାର ସୂଚନା ଦେଇଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା  । କୋଭିଡ୍ ସଂକ୍ରମିତ ହେଲା ପରେ ଆମେରିକାର ଓହିୟୋ ପ୍ରାନ୍ତରେ ଥିବା ମିଲଫୋର୍ଡରେ ଷ୍ଟିଫେନଙ୍କ ଚିକିତ୍ସା ଚାଲିଥିଲା ।କିନ୍ତୁ ସେ କୋମାକୁ ଚାଲି ଯାଇଥିଲେ । କିନ୍ତୁ ଡାକ୍ତରଙ୍କ ଶତଚେଷ୍ଟା ସତ୍ତ୍ୱେ ସେ ବଞ୍ଚିନଥିଲେ । ମୃତ୍ୟୁବେଳକୁ ତାଙ୍କ ନିକଟରେ ପତ୍ନୀ କ୍ୟାଥେଲିନ୍, ୫ ପୁଅ, ୧୧ ନାତି ନାତୁଣି ଓ ୩ ଅଣନାତି-ନାତୁଣୀ ରହିଥିଲେ ।

Leave A Reply

Your email address will not be published.