କ୍ୱାଟର ଫାଇନାଲରେ ସିନ୍ଧୁ-ଶ୍ରୀକାନ୍ତ-କଶ୍ୟପ

ବାସେଲ୍‌, ୨୫/୦୩: ଚଳିତ ସ୍ୱିସ୍‌ ଓପନ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର ଷ୍ଟାର୍‌ ଖେଳାଳି ପିଭି ସିନ୍ଧୁଙ୍କ ସମେତ କେ ଶ୍ରୀକାନ୍ତ ଓ ପାରୁପଲ୍ଲୀ କଶ୍ୟପ୍‌ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଅନ୍ୟ ପଟରେ ସାଇନା ନେହୱାଲ୍‌ ଓ ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଦ୍ୱିତୀୟ ରାଉଣ୍ଡରେ ହାରି ବିଦାୟ ନେଇଛନ୍ତି । ମହିଳା ବର୍ଗ ଦ୍ୱିତୀୟ ରାଉଣ୍ଡରେ ସିନ୍ଧୁ ୨୧-୧୯, ୨୧-୧୪ରେ ନିସଲିହାନ୍‌ ୟିଗିତ୍‌ଙ୍କୁ ପରାସ୍ତ କରିଥିଲେ । ଅନ୍ୟଏକ ମ୍ୟାଚ୍‌ରେ ସାଇନା ୨୧-୧୭, ୧୩-୨୧, ୧୩- ୨୧ରେ ମାଲେସିଆର କିସୋନା ସେଲ୍‌ଭାଡୁରେଙ୍କ ନିକଟରୁ ହାରି ଯାଇଥିଲେ । ପୁରୁଷ ବର୍ଗ ଦ୍ୱିତୀୟ ରାଉଣ୍ଡରେ ଶ୍ରୀକାନ୍ତ ୧୩-୨୧, ୨୫-୨୩, ୨୧-୧୧ରେ ଫ୍ରାନ୍ସର କ୍ରିଷ୍ଟୋ ପୋପୋଭ୍‌ଙ୍କୁ ପରାସ୍ତ କରିଥିଲେ । ଅନ୍ୟ ପଟରେ କଶ୍ୟପଙ୍କୁ ଦ୍ୱିତୀୟ ରାଉଣ୍ଡରେ ୱାକ୍‌ ଓଭର ମିଳିଥିଲା । ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଶ୍ୱର ଏକ ନମ୍ବର ଖେଳାଳି ଭିକ୍ଟର ଆକ୍ସେଲସେନ୍‌ ଆହତ ସମସ୍ୟା ପାଇଁ ଓହରି ଯାଇଥିଲେ ।

Leave A Reply

Your email address will not be published.