ଟ୍ରକ-ସ୍କୁଟି ମୁହାଁମୁହିଁ ଧକ୍କା

ନିଶ୍ଚିନ୍ତକୋଇଲି ୨୮।୦୩ : ଟ୍ରକ-ସ୍କୁଟି ମୁହାଁମୁହିଁ ଧକ୍କା । ଚାଲିଗଲା ସ୍କୁଟି ଆରୋହୀଙ୍କ ଜୀବନ । ମୃତକଙ୍କ ନାମ ହେମନ୍ତ ଦାସ, ବୟସ ୩୮ ବୋଲି ଜଣାପଡିଛି ।  କଟକ ଜିଲ୍ଲା ନେମାଳ ଥାନା ନରେନ୍ଦ୍ରପୁର ଫାଣ୍ଡି ନାହାଳପୁର ହନୁମାନ ମନ୍ଦିର ନିକଟରେ ଘଟିଛି ଦୁର୍ଘଟଣା । ଖବର ଅନୁଯାୟୀ, ହେମନ୍ତ ବଜାରରେ କ୍ଷୀର ବିକ୍ରି କରି ଘରକୁ ଫେରୁଥିଲେ ।ନାହାଳପୁର ହନୁମାନ ମନ୍ଦିର ନିକଟରେ ଟ୍ରକ ସହିତ ହେମନ୍ତଙ୍କ ସ୍କୁଟିର ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ହେମନ୍ତଙ୍କୁ ଗୁରୁତର ଅବସ୍ଥାରେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ତେବେ ହେମନ୍ତଙ୍କ ଦୁଇଟି ଛୋଟ ଛୋଟ ପିଲା ସହ ପତ୍ନୀ ଅଛନ୍ତି। ହେମନ୍ତଙ୍କ ଅକାଳ ମୃତ୍ୟୁରେ ପରିବାର ଏବେ ପୁରା ଅନାଥ ହୋଇଗଲେ। ତେଣୁ ତାଙ୍କ ପରିବାରଙ୍କୁ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ସ୍ଥାନୀୟ ବାସିନ୍ଦା ସରକାରଙ୍କୁ ଅନୁରୋଧ କରିଛନ୍ତି। ସେପଟେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ନେମାଳ ପୋଲିସ ଜବତ କରିବା ସହ ଟ୍ରକ ଡ୍ରାଇଭରକୁ ଅଟକ ରଖି ଅଧିକ ତଦନ୍ତ କରୁଛି। ମୃତ ହେମନ୍ତଙ୍କ ଶବ ବ୍ୟବଚ୍ଛେଦ ପାଇଁ କଟକ ପଠାଇଛି ନେମାଳ ପୋଲିସ।

Leave A Reply

Your email address will not be published.