ଫୁଲବାଣୀ ମୁନିସପାଲିଟି ରେ ବିଜେପି, ବାଲିଗୁଡା ଓ ଜି. ଉଦୟଗିରିଏନ ଏ ସି ରେ ବିଜେଡି ପାର୍ଥୀ ଙ୍କ ବିଜୟୀ

ଫୁଲବାଣୀ : ଫୁଲବାଣି ପୌର ପରିଷଦରେ ବିଜେପି ଅଧ୍ୟକ୍ଷା ପାର୍ଥୀନୀ ସ୍ମିତା ରାଣୀ ପଟନାୟକ ବିଜୟୀ ହୋଇଥିବା ବେଳେ ବାଲିଗୁଡା ରେ ବିଜେଡି ପାର୍ଥୀ ଗୋଵିନ୍ଦ ପ୍ରଧାନ ଓ ଜି. ଉଦୟଗିରି ଏନଏ ସି ରେ ବିଜେଡି ପାର୍ଥୀନୀ ଭାନୁ ପ୍ରଭା ମିଶ୍ର ବିଜୟୀ ହୋଇଛନ୍ତି l ଫୁଲବାଣୀ ରେ ବିଜେପି ପାର୍ଥିନି ସ୍ମିତା ରାଣୀ ମହାନ୍ତି ବିଜେଡି ପାର୍ଥିନି ପୁନମ କହଁର ଙ୍କୁ ୭୭୯ ଭୋଟ ରେ ପରାସ୍ତ କରି ବିଜୟି ହୋଇଛନ୍ତି l ବିଜେପି ପାର୍ଥୀନୀ ସ୍ମିତା ରାଣୀ ୬ ହଜାର ୧୭୫ ଖଣ୍ଡ ଭୋଟ ପାଇଥିବାବେଳେ ବିଜେଡି ପାର୍ଥିନି ୫ ହଜାର ୩୯୬ ଖଣ୍ଡ ଭୋଟ ପାଇଛନ୍ତି l କଂଗ୍ରେସ ପାର୍ଥିନି ତୃତୀୟ ସ୍ଥାନ ରେ ଅଛନ୍ତି l ସେହିପରି କାଉନସିଲର ଭାବେ ବିଜେଡି ପାର୍ଥୀ 1,2,4,7,8,9,ଓ 13,ୱାର୍ଡ ରେ ବିଜୟୀ ହୋଇଛନ୍ତି l
ବିଜେପି 5,6,11ଓ 12.ୱାର୍ଡ ରେ ବିଜୟୀ ହୋଇଛନ୍ତି l ତେଵେ 3.10ୱାର୍ଡ ରେ ସ୍ୱାଧୀନ ପାର୍ଥୀ ବିଜୟି ହୋଇଛନ୍ତି l କଂଗ୍ରେସ ଖାତା ଖୋଲି ପାରିଲାନି ଏଠାରେ l ସେହିପରି ବାଲିଗୁଡା ଏନ ଏ ସି ରେ ବିଜେଡି ପ୍ରାର୍ଥୀ ଗୋବିନ୍ଦ ପ୍ରଧାନ କଂଗ୍ରେସ ପାର୍ଥୀ ଙ୍କ ଠାରୁ ୩ ହଜାର ପାଞ୍ଚ ଶ ଚଉତିରିଶ ଭୋଟ ରେ ବିଜୟି ହୋଇଥିବା ବେଳେ ଜି. ଉଦୟ ଗିରି ଏନ ଏ ସି ରେ ବିଜେଡି ପ୍ରାଥୀ ନି ଭାନୁ ପ୍ରଭା ମିଶ୍ର ସ୍ୱାଧୀନ ପ୍ରାର୍ଥୀ ମିତା ରଣୀ ପାତ୍ର ଙ୍କ ଠାରୁ ୩ ୨ 0ଖଣ୍ଡ ଭୋଟ ରେ ବିଜୟି ହୋଇଛନ୍ତି l ବିଜୟି ହେଵା ପରେ ଅଧ୍ୟକ୍ଷl ପ୍ରାର୍ଥୀ ସ୍ମିତା ଖୁସି ବ୍ୟକ୍ତକରିବା ସହ ଭୋଟର ମାନେ ତାଙ୍କୁ ବିଜୟୀ କରିଥିବାରୁ କୃତଜ୍ଞତା ଜଣାଇବା ସହ ଲୋକଙ୍କ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି l

Leave A Reply

Your email address will not be published.