ରିମାଣ୍ଡରେ ଗଲେ ଶର୍ମିଷ୍ଠାଙ୍କ ସମେତ ୪ଜଣ

ଭଦ୍ରକ ୨୯।୦୩ : ଭଦ୍ରକ ସ୍ୱତନ୍ତ୍ର ଉପକାରଗାରରେ ପହଞ୍ଚିଲା କ୍ରାଇମ୍‌ବ୍ରାଞ୍ଚ ଟିମ୍‌ । ଶର୍ମିଷ୍ଠାଙ୍କ ସମେତ ୪ଜଣଙ୍କ ଆଜିଠୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ମାନସ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା, ଝୁନା , ନିରଞ୍ଜୀନ ସେଠୀ, ରଞ୍ଜନ ନାୟକଙ୍କର ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ୫ଦିନିଆ ରିମାଣ୍ଡ । ଖବର ଅନୁଯାୟୀ, ସୋମବାର ଦିନ ଭଦ୍ରକର ନଲାଙ୍ଗରୁ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନାଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।  ଗିରଫ ପରେ ଚାନ୍ଦବାଲି ଏସ.ଡି.ଜେ.ଏମ. କୋର୍ଟରେ ଶର୍ମିଷ୍ଠା ଏବଂ ଝୁନା ଭୋଇଙ୍କୁ ହାଜର କରାଯାଇଥିଲା। ଶର୍ମିଷ୍ଠା ସହିତ ଏହି ମାମଲାରେ ଗିରଫ ହୋଇଥିବା ମୋଟ ୭ ଜଣଙ୍କୁ ୧୦ ଦିନ ରିମାଣ୍ଡରେ ନେବା ଲାଗି କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା। କିନ୍ତୁ କେବଳ ୪ ଜଣଙ୍କୁ ରିମାଣ୍ଡରେ ନେବା ଲାଗି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ଏମାନେ ହେଲେ ଶର୍ମିଷ୍ଠା ରାଉତ, ନିରଞ୍ଜନ ସେଠୀ, ଝୁନା ଭୋଇ ଓ ରଞ୍ଜନ ନାୟକ। ଏହାକ୍ରମରେ ଭଦ୍ରକ ସ୍ୱତନ୍ତ୍ର ଉପକାରଗାରରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍‌ । ଆସନ୍ତା ୩ ତାରିଖ ଦିନ ଶେଷ ହେଉଛି ରିମାଣ୍ଡ ଅବଧି ।

Leave A Reply

Your email address will not be published.