ନଦୀରେ ବୁଡିଲା ଡଙ୍ଗା

ଚିତ୍ରକୋଣ୍ଡା ୨୯।୦୩: ନଦୀରେ ବୁଡିଲା ଡଙ୍ଗା, ୨ ନିଖୋଜ । ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ କୁରୁମାନୁର ପଞ୍ଚାୟତରେ ନିକଟରେ ବୁଡିଲା ଡଙ୍ଗା ।  ନିଖୋଜ ବ୍ୟକ୍ତି ୨ ଜଣ ଗିଲାମାମୁଡି ଗ୍ରାମର ବୋଲି ଜଣାପଡ଼ିଛି। ଖବର ଅନୁଯାୟୀ, ସୋମବାର ଏକ ଡଙ୍ଗାରେ ୭ ଜଣ ପଡୋଶୀ ରାଜ୍ୟ ଆନ୍ଧ୍ରର ମାଙ୍ଗମପଡ଼ା ଅଭିମୁଖେ ଯାଉଥିଲେ । ଠିକ ଏହି ସମୟରେ ନଦୀର ପ୍ରଖର ସ୍ରୋତରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଯାହାଫଳରେ ଡଙ୍ଗାରେ ବସିଥିବା ୭ ଜଣ ଭାସିଯାଇଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ୫ ଜଣ ଜୀବନକୁ ବାଜି ଲଗାଇ ପହଁରି ପହଁରି ନଦୀକୂଳରେ ପହଁଚିଥିଲେ । ଆଉ ବାକି ୨ଜଣଙ୍କ କୌଣସି ପତ୍ତା ମିଳୁନାହିଁ । ଏବେ ସୁଦ୍ଧା ସେହି ୨ ଜଣ ନିଖୋଜ ଅଛନ୍ତି। ତେବେ ନିଖୋଜ ଥିବା ୨ଜଣ ହେଲେ ଲିଙ୍ଗା ରେଡ୍ଡୀ (୩୦) ଓ ଲଚମନ ରେଡ୍ଡୀ (୨୫) । ନିଖୋଜ ୨ ଜଣ ପଡୋଶୀ ରାଜ୍ୟ ଆନ୍ଧ୍ରର ମାଙ୍ଗମପଡ଼ା ଗାଁର ବୋଲି ଜଣାପଡ଼ିଛି । ଦୀର୍ଘ ଦିନ ପରେ ନିଜ ସମ୍ପର୍କୀୟଙ୍କ ଘର କୁରୁମାନୂର୍ ପଞ୍ଚାୟତର ଗିଲାମାମୁଡି ଗାଁକୁ ବୁଲିବାକୁ ଆସିଥିଲେ । ନିଜ ଘର ଆନ୍ଧ୍ରାର ମାଙ୍ଗମ୍ପଡ଼ା ଫେରିବା ସମୟେ ଏଭଳି ଘଟଣା ଘଟିଛି ।

Leave A Reply

Your email address will not be published.