ଥମୁନି ଧଳାଜହର କାରବାର

ଜଳେଶ୍ୱର ୨୯।୦୩ : ଥମୁନି ଧଳାଜହର କାରବାର । ଜଳେଶ୍ୱରୁ ପୁଣି ଜବତ ହେଲା ୩୦୦ ଗ୍ରାମର ବ୍ରାଉନ୍‌ସୁଗାର । ଏହାସହିତ ଘଟଣାରେ ଜଣଙ୍କୁ ଅଟକ ରଖିଛି ପୋଲିସ । ଖବର ଅନୁଯାୟୀ, ବ୍ରାଉନ୍‌ସୁଗାର କାରବାର ନେଇ ପୋଲିସ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହିକ୍ରମରେ ପୋଲିସ ଭୋର ସମୟରେ ଝାଡେଶ୍ୱରପୁର ବସ୍ତି ଅଞ୍ଚଳରେ ଚଢାଉ କରିଥିଲା । ଏହି ଚଢାଉରେ ପୋଲିସକୁ ପ୍ରାୟ ୩୦୦ ଗ୍ରାମ ଓଜନର ବ୍ରାଉନ୍‌ସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ରହିଛି । ସେହିପରି ମହମ୍ମଦ ସମୀର ନାମକ ଜଣେ ଯୁବକଙ୍କୁ ଅଟକ ରଖିଛି ପୋଲିସ ।  

Leave A Reply

Your email address will not be published.