ସାମାନ୍ୟ ବଚସାରୁ ତୁମୁଳକାଣ୍ଡ, ଠିକା ସଂସ୍ଥାର ସୁପରଭାଇଜରଙ୍କୁ ପିଟିପିଟି ହତ୍ୟା

ବାଲେଶ୍ଵର ୩୦/୦୩ : ବାଲେଶ୍ଵର ସହରରେ ଯୁବକଙ୍କୁ ହତ୍ୟା । ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଟାଉନ୍ ଥାନା ଅନ୍ତର୍ଗତ ନନା ହୋଟେଲ ନିକଟରେ ଘଟିଛି ହତ୍ୟାକାଣ୍ଡ । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ କଣ ତାହା ଏବେବି ଅସ୍ପଷ୍ଟ ରହିଛି । ମୃତ ଯୁବକ ଜଣକ କୁଡିଆ ଅଞ୍ଚଳର ରାଜେଶ ପଣ୍ଡା । ଯୁବକ ଜଣକ ଠିକା ସଂସ୍ଥାର ସୁପରଭାଇଜର ଥିଲେ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଡ୍ରେନ କାର୍ଯ୍ୟକୁ ନେଇ ବଚସା ଯୋଗୁଁ ହତ୍ୟାକାଣ୍ଡ ସୂଚନା । ହତ୍ୟାକାଣ୍ଡ ପରେ ମୃତଦେହକୁ ବ୍ୟବଚ୍ଛେଦ କରିବାକୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଯାଇଛି ।

Leave A Reply

Your email address will not be published.