ଯୁଦ୍ଧ ବନ୍ଦ ପାଇଁ ତୁର୍କୀରେ ଋଷ-ୟୁକ୍ରେନ ପ୍ରତିନିଧିମଣ୍ଡଳ ଆଲୋଚନା

ବନ୍ଦ ହେବ କି ୟୁକ୍ରେନ-ଋଷ ଯୁଦ୍ଧ ? ଫେରିବ କି ଶାନ୍ତି ? ଉଭୟ ପକ୍ଷ ନରମିବା ସହ ଶାନ୍ତି ପାଇଁ ସଙ୍କେତ ଦେଇଛନ୍ତି । ତୁର୍କୀର ଇସ୍ତାନବୁଲରେ ଋଷ ଓ ୟୁକ୍ରେନ ମଧ୍ୟରେ ପ୍ରାୟ ୩ ଘଂଟା ଆଲୋଚନା ହୋଇଛି । ବୈଠକ ପରେ ଉଭୟ ଋଷ ଓ ୟୁକ୍ରେନ ପ୍ରତିନିଧି ମଣ୍ଡଳୀ କହିଛନ୍ତି, ଆଲୋଚନା ସକରାତ୍ମକ ହୋଇଛି । ଆଗକୁ ମଧ୍ୟ ଏହି ଆଲୋଚନା ଜାରି ରହିବ । ଋଷ ଘୋଷଣା କରିଛି ଯେ, ୟୁକ୍ରେନର ଦୁଇଟି ସହର କିଭ ଓ ଚେର୍ନିିଭରୁ ସୈନ୍ୟ ସଂଖ୍ୟା କମାଇବ । ସେପଟେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ, ଆଲୋଚନାରୁ ସକାରାତ୍ମକ ସଙ୍କେତ ମିଳିଛି । କିଛି ଅନ୍ତର୍ଜାତୀୟ ଗଣମାଧ୍ୟମର ଖବର ଅନୁସାରେ, ଆଗକୁ ଋଷ ରାଷ୍ଟ୍ରପତ ପୁଟିନଙ୍କୁ ଭେଟିପାରନ୍ତି ଜେଲେନସ୍କି । ଋଷ-ୟୁକ୍ରେମ ମଧ୍ୟରେ ଯୁଦ୍ଧ ମାସେରୁ ଅଧିକ ଦିନ ଚାଲିଲାଣି । ଯୁଦ୍ଧ ଯୋଗୁଁ ୩୦ ଲକ୍ଷରୁ ଅଧିକ ୟୁକ୍ରେନବାସୀ ଦେଶ ଛାଡିସାରିଲେଣି ।

Leave A Reply

Your email address will not be published.