ଆଜି ସୁଦ୍ଧା ପାନ୍‌ କାର୍ଡରେ ଆଧାର ଲିଙ୍କ ନକଲେ ଦେବାକୁ ପଡ଼ିବ ଜୋରିମାନା

ନୂଆଦିଲ୍ଲୀ ୩୦/୦୩ : ପାନକାର୍ଡରେ ଆଧାର କାର୍ଡ ସଂଯୋଗ କରିବାର ଶେଷ ତାରିଖ ୨୦୨୨ ମାର୍ଚ୍ଚ ୩୧ ତାରିଖ ଥିଲା । ଯଦି ଆଜି ସୁଦ୍ଧା ଆପଣ ପାନ୍‌ କାର୍ଡରେ ଆଧାର କାର୍ଡ ଲିଙ୍କ କରିନାହାନ୍ତି ତେବେ ଆପଣଙ୍କୁ ଅଧିକ ଜୋରିମାନା ଦେବାକୁ ପଡ଼ିବ। ଆଜ୍ଞା ହଁ ଯଦି କୌଣସି କାରଣରୁ ଆପଣ ନିଜ ପାନ କାର୍ଡରେ ଆଧାର କାର୍ଡ ଲିଙ୍କ କରି ପାରିନାହାନ୍ତି  ଓ ୨୦୨୨ ଏପ୍ରିଲ ୧ ତାରିଖ ପରେ ଲିଙ୍କ କରୁଛନ୍ତି ତାହଲେ ଆପଣଙ୍କୁ ଏଭଳି ପରିସ୍ଥିତିରେ ଜୋରିମାନା ଦେବାକୁ ପଡ଼ିବ । କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (CBDT) ଦ୍ୱାରା ୨୦୨୨ ମାର୍ଚ୍ଚ ୨୯ ତାରିଖରେ ଜାରି କରାଯାଇଥିବା ଏକ ଅଧିସୂଚନା ଦ୍ୱାରା ସମୟସୀମା ସରିବାର ୩ ମାସ ମଧ୍ୟରେ ପାନ୍‌ କାର୍ଡ ସହିତ ଆଧାର କାର୍ଡ ଲିଙ୍କ କଲେ ୫୦୦ ଟଙ୍କା ଜୋରିମାନା ଓ ଏହି ସମୟ ପରେ ଲିଙ୍କ କଲେ ୧୦୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ଅର୍ଥାତ ୨୦୨୨ ଏପ୍ରିଲ ୧ ତାରିଖରୁ ୨୦୨୨ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଆଧାର ସହିତ ପାନ କାର୍ଡ ଲିଙ୍କକଲେ ୫୦୦ ଟଙ୍କା ଦେବାକୁ ପଡ଼ିବ। ଯଦି ଏହି ସମୟ ପରେ ଆଧାର ସହିତ ପାନ୍‌ କାର୍ଡ ଲିଙ୍କ କରାଯାଏ ତାହେଲେ ୧୦୦୦ ଟଙ୍କା ଦେବାକୁ ପଡ଼ିବ।     ସ୍ଥିର ହୋଇଥିବା ତାରିଖ (୨୦୨୨ ମାର୍ଚ୍ଚ ୩୧) ପର୍ଯ୍ୟନ୍ତ ପାନ୍‌ କାର୍ଡ ସହିତ ଆଧାର କାର୍ଡ ଲିଙ୍କ ନକଲେ ଜୋରିମାନା ଦେବାର ନିୟମ ୨୦୨୧ ବିତ୍ତ ଅଧିନିୟମର ସଂଶୋଧନ ରୂପରେ ଉପସ୍ଥାପନ କରାଯାଇଥିଲା। ଆୟକର ଅଧିନିୟମ ୧୯୬୧ରେ ଧାରା ୨୩୪କୁ ଲଗାଇବା ପାଇଁ ଏହା ଉପସ୍ଥାପନ କରାଯାଇଥିଲା। ଏବେ ସ୍ଥିର ହୋଇଥିବା ନିର୍ଦ୍ଦିଷ୍ଟ ତାରିଖ ପରେ ଆଧାର କାର୍ଡରେ ପାନ୍‌ କାର୍ଡ ଲିଙ୍କ କଲେ ଜୋରିମାନା ଦେବାକୁ ପଡ଼ିବ। କିନ୍ତୁ ପୂର୍ବରୁ ଏଭଳି କୌଣସି ନିୟମ ନଥିଲା। ଜୋରିମାନା ଲାଗିବା ଛଡ଼ା ଯଦି ପାନ୍‌ କାର୍ଡରେ ଆଧାର କାର୍ଡ ଲିଙ୍କ ନହୋଇଛି ତାହେଲେ ପାନ୍‌ କାର୍ଡ ଡିଏକ୍ଟିଭେଟ ହୋଇଯିବ । ଥରେ ଯଦି ପାନ୍‌ କାର୍ଡ ଡିଆକ୍ଟିଭେଟ ହୋଇଗଲା ତାହେଲେ ଯେଉଁଠି ପାନକାର୍ଡର ବିସ୍ତୃତ ବିବରଣୀ ଥିବ ସେଠାରେ ଜଣେ ବ୍ୟକ୍ତି ଆର୍ଥିକ ନେଣଦେଣ କରିପାରିବେ ନାହିଁ। ଏଥିରେ ମ୍ୟୁଚୁଆଲ ଫଣ୍ଡ, ଷ୍ଟକ, ଫିକ୍ସଡ ଡିପୋଜିଟ ଆଦିରେ ନିବେଶ ସାମିଲ ରହିଛି । ଏବେ ବ୍ୟାଙ୍କ, ମ୍ୟୁଚୁଆଲ ଫଣ୍ଡ, ଷ୍ଟକବ୍ରୋକର ଭଳି ଅନେକ ଆର୍ଥିକ ସଂସ୍ଥା ନିଜର ଗ୍ରାହକମାନଙ୍କୁ ଇମେଲ ପଠାଇ ଆଧାରରେ ପାନ୍‌ କାର୍ଡ ଲିଙ୍କ କରିବାକୁ ମନେପକାଇ ଦେଉଛନ୍ତି ।  

Leave A Reply

Your email address will not be published.