କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା : ଆଜି ହୋଇପାରେ ସିନ୍ ରିକ୍ରିଏସନ

ଭୁବନେଶ୍ୱର: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆଜି ସିନ୍ ରିକ୍ରିଏସନ କରିପାରେ କ୍ରାଇମବ୍ରାଞ୍ଚ । ମୂଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ଝୁନା ଭୋଇ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ କ୍ରାଇମ ସ୍ପଟକୁ ନେବ ପୋଲିସ । ଅଭିଯୁକ୍ତମାନଙ୍କୁ ଭୁବନେଶ୍ୱର ସୁନ୍ଦରପଦା ଅଂଚଳରେ ଦୟାଲ ଆଶ୍ରମ ଏବଂ ନୟାଗଡ଼ ବିଧିପାଟଣା ପାହାଡକୁ ସିନ୍ ରିକ୍ରିିଏସନ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ଶର୍ମିଷ୍ଠା ଏବଂ ଅନ୍ୟ ସହଯୋଗୀମାନେ ହତ୍ୟାକାଣ୍ଡର ଡେମୋ ଦେଖାଇବେ । ଅଭିଯୁକ୍ତମାନଙ୍କୁ କ୍ରାଇମବ୍ରାଂଚ ୫ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରୁଥିବା ବେଳେ ଆଜି ହେଉଛି ରିମାଣ୍ଡର ତୃତୀୟ ଦିନ । ତେବେ ପଚରାଉଚରରୁ କିଛି ନୁଆ ତଥ୍ୟ ସାମ୍ନାକୁ ଆସିଛି । ମାନସଙ୍କ ନାଁରେ ଝୁନା ଭୋଇ ଅଣ୍ଡରଟେକିଂ ଲେଖିଥିବା ପୋଲିସ ଝୁନା ଭୋଇଙ୍କ ହସ୍ତଲେଖା ଯାଂଚ ପରେ ଜାଣିବାକୁ ପାଇଛି । ଏପଟେ ମାନସଙ୍କୁ କେମିତି ହତ୍ୟା କରାଯାଇଥିଲା ସାମନାକୁ ଆସିଛି ତାର ପୋଷ୍ଟମର୍ଟମ ରିପୋର୍ଟ । ରିପୋର୍ଟରେ ଦିଆଯାଇଥିବା ତଥ୍ୟ ଅନୁସାରେ ମାନସଙ୍କୁ ଭୋକରେ ରଖି ନିସ୍ତୁକ ମାଡ ମରାଯାଇଥିଲା । ମାଡରେ ପଞ୍ଜରା ହାଡ ଭାଙ୍ଗିବାରୁ ଅତ୍ୟଧିକ ରକ୍ତସ୍ରାବ ହେଲା ଓ ମାନସଙ୍କ ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.