ଜବାହାର ନବୋଦୟ ବିଦ୍ୟାଳୟ ,ତୁଡିପାଜୁ ଫୁଲବାଣୀ ଠାରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ର ପରିବେଷଣ କରାଯିବ

ଫୁଲବାଣୀ : ଆସନ୍ତା ଏପ୍ରିଲ ମାସ 1 ତାରିଖ ଦିନ ଜବାହାର ନବୋଦୟ ବିଦ୍ୟାଳୟ ,ତୁଡିପାଜୁ, ଫୁଲବାଣୀ ଠାରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ର ପରିବେଷଣ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀକାନ୍ତ ରଥ ଜଣାଇଛନ୍ତି । ଛାତ୍ର ଛାତ୍ରୀ ଏବଂ ଅଭିଭାବଙ୍କ ମନରେ ଆଗାମୀ ବୋର୍ଡ଼ ପରୀକ୍ଷା ନିମନ୍ତେ ମାନସିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଅଛି | ଭାରତର ମାନନୀୟ ପ୍ରଧାନ ‘ ମନ୍ତ୍ରୀ ପରୀକ୍ଷା ପେ ଚର୍ଚ୍ଚା’ ଯାହାକି ଏପ୍ରିଲ 1 ତାରିଖ (ଉତ୍କଳ ଦିବସ) ଟାଲକଟୋରା ଷ୍ଟାଡିୟମ ନୂଆଦିଲ୍ଲୀରେ ଛାତ୍ର ଛାତ୍ରୀ ମାନଙ୍କୁ ପରୀକ୍ଷା ସମନ୍ଧୀୟ ବିଭିନ୍ନ ପ୍ରଶ୍ନର ସମାଧାନ କରି ଉତ୍ସାହ ବର୍ଦ୍ଧନ କରିବେ | ଏହି କାର୍ଯ୍ୟକ୍ରମ ବିଭିନ୍ନ ଗଣମାଧ୍ୟମ ରେଡ଼ିଓ ଦୂରଦର୍ଶନ ଏବଂ ଅନ୍ୟାନ୍ୟ ୱେବସାଇଟ ମାଧ୍ୟମରେ ପ୍ରସାରିତ ହେବ | ଏହାର ସୁଯୋଗ ନେବାପାଇଁ ଜିଲ୍ଲାର ଏବଂ ନିକଟସ୍ଥ ସମସ୍ତ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଅନୁରୋଧ କରାଯାଉଛି | ନବୋଦୟ ବିଦ୍ୟାଳୟ ରେ ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ର ଛାତ୍ରୀ ଏହାର ସୁଯୋଗ ନେଉଥିବା ବେଳେ ନିକଟସ୍ଥ ସମସ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଯୋଗଦାନ କାମନା କରାଯାଉଛି |

Leave A Reply

Your email address will not be published.