କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ କରିବ କ୍ରାଇମ୍‌ବ୍ରାଞ୍ଚ, ଶର୍ମିଷ୍ଠାଙ୍କ ସହ ୪ଜଣଙ୍କୁ ନେଲା ଚାନ୍ଦବାଲି

କଟକ ୩୧।୦୩ : କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲା । ଗିରଫ ଅଭିଯୁକ୍ତଙ୍କୁ ନେଇ ଚାନ୍ଦବାଲି ଗଲା କ୍ରାଇମବ୍ରାଞ୍ଚ ଟିମ୍‌ । କ୍ରାଇମ୍‌ବ୍ରାଞ୍ଚ ମୁଖ୍ୟାଳୟରୁ କଡ଼ା ସୁରକ୍ଷା ମଧ୍ୟରେ ଶର୍ମିଷ୍ଠାଙ୍କ ସହ ୪ଜଣ ଅଭିଯୁକ୍ତଙ୍କୁ ନିଆଗଲା । ସେଠାରେ କ୍ରାଇମ୍‌ ସିନ୍‌ର ରିକ୍ରିଏସନ୍‌ କରିବ କ୍ରାଇମବ୍ରାଞ୍ଚ । ଖବର ଅନୁଯାୟୀ, ମାନସଙ୍କୁ ଚାନ୍ଦବାଲିରୁ ଅପରହରଣ କରାଯାଇଥିଲା । ସେଠାରୁ ଆଣି ଭୁବନେଶ୍ୱରରେ ହତ୍ୟା କରାଯିବା ପରେ ନୟାଗଡ଼ରେ ନେଇ ମାନସଙ୍କ ମୃତଦେହକୁ ପୋତି ଦେଇଥିଲେ ଅଭିଯୁକ୍ତ । ଏହି ଜଘନ୍ୟ ହତ୍ୟାକଣ୍ଡାର କ୍ରାଇମ୍‌ ସିନ ରିକ୍ରିଏସ୍‌ନ ପାଇଁ ଶର୍ମିଷ୍ଠା ଓ ବାକି ଅଭିଯୁକ୍ତଙ୍କୁ ନେଇ ଚାନ୍ଦବାଲି ଅଭିମୁଖେ ବାହାରିଛି କ୍ରାଇମ୍‌ବାଞ୍ଚ । କଡ଼ା ସୁରକ୍ଷା ମଧ୍ୟରେ ଶର୍ମିଷ୍ଠା, ନିରଞ୍ଜନ ଓ ବାକି ଅଭିଯୁକ୍ତଙ୍କୁ ନେଇଛି କ୍ରାଇମ୍‌ବ୍ରାଞ୍ଚ । ଚାନ୍ଦବାଲି ଅଭିମୁଖେ କ୍ରାଇମ୍‌ବ୍ରାଞ୍ଚର ବରିଷ୍ଠ ଅଧିକାରୀମାନେ ମଧ୍ୟ ଗସ୍ତ କରିଛନ୍ତି ।

Leave A Reply

Your email address will not be published.