ଡିଲ୍ ବେଳେ ମାଡି ବସିଲା WCCB ଓ ବନବିଭାଗ

କରଞ୍ଜିଆ ୦୭।୦୪ : WCCB (ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ସଂସ୍ଥା) ଓ ବନବିଭାଗ ପଞ୍ଝାରେ ବାଘ ଛାଲ ବେପାରୀ । ଡିଲ ବେଳେ ମାଡି ବସିଲା WCCB ଓ ବନବିଭାଗ । ଏହାସହିତ ୭ ଗିରଫ କରାଯାଇଛି । ମୟୁରଭଞ୍ଜ ଜିଲ୍ଲା ଯଶୀପୁର ପୁରୁଣା ବସଷ୍ଟାଣ୍ଡ ଠାରେ ଚାଲିଥିଲା କାରବାର । ଖବର ଅନୁଯାୟୀ, କେନ୍ଦୁଝର ବନଖଣ୍ଡ ଅଞ୍ଚଳରୁ ଏକ କଲରା ପତରିଆ ବାଘ ଛାଲ ଆଣି ମୟୁରଭଞ୍ଜ ଜିଲ୍ଲା ଯଶୀପୁର ପୁରୁଣା ବସଷ୍ଟାଣ୍ଡ ଠାରେ ଚାଲିଥିଲା । ବୁଧବାର ରାତିରେ ଡିଲ ଚାଲିଥିବା ସମୟରେ ଦୁଧିଆଣି ରେଞ୍ଜ ର ବନ କର୍ମଚାରୀ , କେନ୍ଦୁଝର ବନବିଭାଗ ଓ WCCB ମିଳିତ ଭାବେ ଚଢ଼ାଉ କରିଥିଲା । ଏହି ଚଢାଉରେ ବାଘ ଛାଲ ଓ ଏକ ଅଲଟୋ କାରକୁ ଜବତ କରିଛି । ଏହାସହିତ ୭ ଜଣଙ୍କୁ ଗିରଫ କରି ଦୁଧିଆଣି ରେଞ୍ଜ ଅଫିସକୁ ଆଣି ଅଧିକ ପଚରା ଉଚରା କରୁଛି ବନବିଭାଗ । ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୨ ଜଣ ଯଶୀପୁର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ୫ ଜଣ କେନ୍ଦୁଝର ଜିଲ୍ଲାର ବୋଲି ଜଣା ପଡ଼ିଛି ।

Leave A Reply

Your email address will not be published.