ସନ୍ଧ୍ୟାରେ କ୍ୟାପିଟାଲ୍ସ-ସୁପରଜାଏଣ୍ଟ୍‌ସ ଟକ୍କର

ମୁମ୍ବାଇ,୦୭/୦୪: ଚଳିତ ଆଇପିଏଲ୍‌ର ୧୫ତମ ଲିଗ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ । ଏହି ମ୍ୟାଚ୍‌କୁ ନେଇ ଉଭୟ ଦଳ ପ୍ରସ୍ତୁତି ପର୍ବ ଶେଷ କରିଛନ୍ତି । ସୁପରଜାଏଣ୍ଟ୍‌ସ ୩ଟି ମ୍ୟାଚ୍‌ ଖେଳି ୨ଟି ବିଜୟ ସହ ମୋଟ୍‌ ୪ ପଏଣ୍ଟ ହାସଲ କରିଛି । କ୍ୟାପିଟାଲ୍ସ ୨ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ ସହ ୨ ପଏଣ୍ଟ ହାତେଇଛି । ସୁପରଜାଏଣ୍ଟ୍‌ସ ପ୍ରଥମ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଠାରୁ ପରାଜିତ ହୋଇଥିଲା । ହେଲେ ଏହାପରେ ଦଳ ଚମତ୍କାର ଖେଳ ପ୍ରଦର୍ଶନ କରି ବିଜୟ ଖାତା ଖୋଲିଥିଲା । ଇତି ମଧ୍ୟରେ ସୁପରଜାଏଣ୍ଟ୍‌ସ ଡିଫେଣ୍ଡିଂ ଚାମ୍ପିଅନ୍‌ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ସାରିଛି । ଡେଥ୍‌ ଓଭର ବୋଲିଂ ବଳରେ ଦଳର ବିଜୟ ସହଜ ହୋଇଛି । ଅଭେଶ ଖାନ ଓ ଜାସନ ହୋଲ୍ଡରଙ୍କ ଘାତକ ବୋଲିଂ ଜାରି ରହିଛି । ସୁପରଜାଏଣ୍ଟ୍‌ସର ବ୍ୟାଟିଂ ବିଭାଗ ମଧ୍ୟ ଉନ୍ନତ ରହିଛି । ଆଜିର ମ୍ୟାଚ୍‌ରେ ମାର୍କସ ଷ୍ଟଇନିସ୍‌ ଏକାଦଶରେ ସାମିଲ ହେବାର ସମ୍ଭାବନା ରହିଛି । ତେଣୁ ସୁପରଜାଏଣ୍ଟ୍‌ ଦଳ ଅଧିକ ସୁଦୃଢ ହେବ ।ଗୁଜରାଟ ଟାଇଟନ୍ସ ଠାରୁ ପରାଜିତ ହେବା ପରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ତ୍ରୁଟି ନଜରକୁ ଆସିଛି । ବୋଲିଂ ବିଭାଗରେ ବିଭିନ୍ନତା ରହିଥିଲେ ହେଁ ଶ୍ରେଷ୍ଠ ଏକାଦଶ ଚୟନ କରିବାରେ ଦଳ ବିଫଳ ହୋଇଛି । ବ୍ୟାଟିଂ ବିଭାଗ ନିରାଶ କରିଛି । ମ୍ୟାଚ୍‌ରେ ଏକାଦଶରେ ପରିବର୍ତ୍ତନ ହେବ। ଫଳରେ ଦିଲ୍ଲୀ ପୁଣି ଥରେ ବିଜୟ ଧାରାକୁ ଫେରିବ । ଡେଭିଡ୍‌ ୱାର୍ଣ୍ଣର ସୁଯୋଗ ମିଳିପାରେ । ଫଳରେ ଟିମ ସାଇଫର୍ଟ ଏକାଦଶରୁ ବାଦ ପଡ଼ିବେ।

Leave A Reply

Your email address will not be published.