ମହୁଲ ଗୋଟାଇବାକୁ ଜଙ୍ଗଲକୁ ଯାଇଥିଲେ, ୨ଟି ଭାଲୁ କଲେ ଆକ୍ରମଣ

ନୂଆପଡା ୦୪।୦୭ : ଭାଲୁ ଆକ୍ରମଣ ମହିଳା ଗୁରୁତର । ନୁଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଭର୍ତ୍ତି କରାଯାଇଛି । ଗୁରୁତର ଜଣଙ୍କ ନୂଆପଡା ରେଞ୍ଜ ଜୁନାନି ଗାଁର ସୁରୁଜମୁଖି ନିଆଲ ବୋଲି ଜଣାପଡିଛି । ଖବର ଅନୁଯାୟୀ, ସକାଳୁ ସକାଳୁ ମହୁଲ ଗୋଟୋଇବା ଜଙ୍ଗଲକୁ ଯାଇଥିଲେ । ହେଲେ ସେଠାରେ ସୁରୁଜମୁଖିଙ୍କୁ ହଠାତ୍‌ ଦୁଇଟି ଭାଲୁ ଆକ୍ରମଣ କରିଥିଲେ । ଯାହାଫଳରେ ସେ ଗୁରୁତର ହୋଇପଡିଥିଲେ । ସେଠାରେ ଥିବା ସ୍ଥାନୀୟଲୋକେ ପାଟି କରିବାକୁ ଭାଲୁ ଜଙ୍ଗଲରୁ ଚାଲିଯାଇଥିଲେ । ପରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଭାଲୁ ଆକ୍ରମଣରେ ମହିଳାଙ୍କ ଜଙ୍ଘରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି ।  

Leave A Reply

Your email address will not be published.