୫ କୋଟି ୮୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ

ଭୁବନେଶ୍ୱର ୦୭।୦୪: ଥମୁନି ବ୍ରାଉନ୍‌ସୁଗାର କାରବାର । ପୁଣି ଜବତ ହେଲା କୋଟି କୋଟି ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ନୟାଗଡ଼ ଫତେଗଡ଼ ଭାପୁର ନିକଟରୁ ୫ କୋଟି ୮୦ ଲକ୍ଷ ଟଙ୍କର ବ୍ରାଉନ୍‌ସୁଗାର ଜବତ କରିଛି ଏସ୍‌ଟିଏଫ୍‌ । ଖବର ଅନୁଯାୟୀ, ବ୍ରାଉନ୍‌ସୁଗାର କାରବାର ନେଇ ଏସ୍‌ଟିଏଫ୍‌ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ତୁରନ୍ତ ନୟାଗଡ଼ ଫତେଗଡ଼ ଭାପୁର ଅଞ୍ଚଳରେ ଚଢାଉ କରିଥିଲା । ଏହି ଚଢାଉରେ ପ୍ରାୟ ୫୮ କେଜି ବ୍ରାଉନସୁଗାର ଜବତ କରିଛି ଏସ୍‌ଟିଏଫ୍‌ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫ କୋଟି ୮୦ ଲକ୍ଷ ଟଙ୍କା ହେବ । ଏହାସହିତ ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି । ଗିରଫ ୨ ଜଣ ହେଲେ ବୋଲଗଡର ପ୍ରମୋଦ କୁମାର ସାହୁ ଓ ଫତେଗଡର ଦାଶରଥୀ ଲେଙ୍କା ।

Leave A Reply

Your email address will not be published.