ବାଜି ମାରିନେଲେ ପାୟଲ ବେହେରା

ଫୁଲବାଣୀ : ବହୁ ପ୍ରତିକ୍ଷିତ ପୌରଉପାଧ୍ୟକ୍ଷ ନିର୍ବାଚନ ଶେଷ ହୋଇଛି। ସବୁ ପ୍ରତୀକ୍ଷାର ଅନ୍ତ ଘଟି ଶେଷରେ ଫୁଲବାଣୀ ମ୍ୟୁନିସିପାଲଟି ଉପାଧକ୍ଷ ଭାବେ ବିଜେଡିର ମହିଳା ନେତ୍ରୀ ପାୟଲ ବେହେରା ଉପାଧକ୍ଷ ପଦବୀ କୁ ହାତେଇ ନେବାରେ ସଫଳ ହୋଇଛନ୍ତି। ସମସ୍ତ କାଉନସିଲର ପ୍ରାର୍ଥୀ ମାନେ ମଧ୍ୟ ସ୍ଵତଃ ପ୍ରବୃତ୍ତ ଭାବେ ପାୟଲ ବେହେରାଙ୍କୁ ସମର୍ଥନ କରିଥିଲେ। ଜିତିବା ପରେ ସହରାଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ କାମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତାସହ ବିଶେଷ ଭାବରେ ମହିଳାଙ୍କ ସାମୁହିକ ବିକାଶକୁ ଅଗ୍ରାଧିକାର ଦେବେ ବୋଲି କହିଛନ୍ତି। ପାୟଲ ଦଳର ସାଂସଦ ,ମନ୍ତ୍ରୀ ତଥା ପ୍ରଭାରି ପ୍ରତାପ ଜେନା, ମନ୍ତ୍ରୀ ପଦ୍ମନାଭ ବେହେରା, ବିଧାୟକ ଅଙ୍ଗଦ କହ୍ନର ଏବଂ ସମସ୍ତ ଦଳୀୟ ନେତାଙ୍କୁ ଧନ୍ୟବାଦ ଦେଇଥିଲେ। ନିର୍ବାଚନ ସମୟରେ ମନ୍ତ୍ରୀ ପ୍ରତାପ ଜେନା ସେଠାରେ ଉପସ୍ଥିତ ଥିଲେ ଏବଂ ଆଇନ୍ ଶୃଙ୍ଖଳା ପରିସ୍ଥିତି ପାଇଁ ପୁଲିସ ମଧ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.