ଜଙ୍ଗଲରୁ ମିଳିଲା ଯୁବତୀଙ୍କ ମୃତଦେହ

ଉଦଳା ୦୮।୦୪ : ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଠାବ । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ମଧୁପୁର ଜଙ୍ଗଲରୁ ମିଳିଛି ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏବେ ଯାଏଁ ମୃତ ଯୁବତୀଙ୍କ ପରିଚୟ ହସ୍ତଗତ ହୋଇନାହିଁ । ଖବର ଅନୁଯାୟୀ, ମଧୁପୁର ଜଙ୍ଗଲ ଭିତରେ ଏକ ଛୋଟ ଲତା ଗଛରେ ଜଣେ ଯୁବତୀ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ଏବେ ସୁଦ୍ଧା ଯୁବତୀଙ୍କ ପରିଚୟ ମିଳିନଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସବୁଠାରୁ ବଡ଼ କଥା ହେଲା ଯୁବତୀଙ୍କ ମୃତଦେହ ମାଟିକୁ ଲାଗିଛି । ଯାହାକୁ ନେଇ ଏକ ହତ୍ୟା ବୋଲି ମଧ୍ୟ ସନ୍ଦେହ କରାଯାଉଛି । ପୋଲିସର ତଦନ୍ତ ପରେ ମୃତ୍ୟୁ ପଛର ପ୍ରକୃତ କାରଣ ଜଣାପଡିବ । ଯୁବତୀଙ୍କ ମୃତଦେହ ଜଙ୍ଗଲକୁ କିପରି ଆସିଲା । ତାକୁ ନେଇ ବଡ଼ ପ୍ରଶ୍ନ ।

Leave A Reply

Your email address will not be published.