ତେଲ୍ ଅଭିଭରେ ଆତଙ୍କୀ ହମଲା

ଇସ୍ରାଏଲ ୦୮/୦୪: ଇସ୍ରାଏଲର ଜନଗହଳୀପୂର୍ଣ୍ଣ ଅଞ୍ଚଳ ତେଲ୍ ଅଭିଭ୍ ରେ ଆତଙ୍କୀ ହମ୍ ଲା । ଜଣେ ଆତଙ୍କୀର ଆଖିବୁଜା ଗୁଳିମାଡ଼ରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣା ପରେ ସୁରକ୍ଷାକର୍ମୀମାନେ ପୂରା ଅଞ୍ଚଳକୁ କର୍ଡନ କରିନେଇଛନ୍ତି। ଆଗକୁ ଆହୁରି ଆତଙ୍କୀ ହମଲାର ଆଶଙ୍କାରେ ସହରର ସବୁ ଲୋକଙ୍କୁ ଘର ମଧ୍ୟରେ ଆଶ୍ରୟ ନେବାକୁ କୁହାଯାଇଛି। ବିଭିନ୍ନ କାଫେ, ବାର ଓ ରେଷ୍ଟୁରାଣ୍ଟ ଭିତରେ ସୁରକ୍ଷାକର୍ମୀମାନେ ପଶି ଆକ୍ରମଣକାରୀକୁ ଖୋଜିବାରେ ଲାଗିଛନ୍ତି। ଆକ୍ରମଣକାରୀ ଜଣକ ଅତ୍ୟନ୍ତ ପତଳା ଓ ସେ କଳା ରଙ୍ଗର ଟି-ଶାର୍ଟ ଓ କଳା ଶର୍ଟସ ପିନ୍ଧିଥିବା ପୋଲିସ ଫଟୋ ଜାରି କରିଛି। ପୋଲିସ୍ ପକ୍ଷରୁ ଆକ୍ରମଣକାରୀର ଆକ୍ରମଣକାରୀକୁ ଧକରିବା ପାଇଁ ପୋଲିସ ଲୋକଙ୍କ ସହଯୋଗ ଲୋଡ଼ିଛି । ଘଟଣାକୁ ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନଫତାଲି ବେନ୍ନେଟ ଦୁଃଖ ପ୍ରକାଶ କରିଛନ୍ତି ।ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେହିପରି ଘଟଣାରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିନକେନ ମଧ୍ୟ ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ଆମେରିକା ଏପରି ଏକ ଆତଙ୍କୀ ହମଲା ସମୟରେ ଇସ୍ରାଏଲ ଲୋକଙ୍କ ସହ ରହିଛି। ଏଥିସହ ଘଟଣା ଉପରେ ନଜର ରଖିଥିବା ସେ କହିଛନ୍ତି।

Leave A Reply

Your email address will not be published.