ଓଭରଲୋଡିଂରୁ ଓଲଟିଲା ମିନି ବସ୍

ଭୁବନେଶ୍ୱର ୦୮।୦୪ : ଓଲଟିଲା ମିନି ବସ୍ । ଭୁବନେଶ୍ୱର ଜୟଦେବ ବିହାରରେ ଓଲଟିଲା ବସ୍‌।  ଏହି ଦୁର୍ଘଟଣାରେ ୧୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି । ସମସ୍ତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଶୁକ୍ରବାର ସକାଳୁ ସକାଳୁ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ମିନି ବସ  ଜୟଦେବ ବିହାର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହାଫଳରେ ଗାଡିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।ସେପଟେ ଘଟଣା ସ୍ଥଳରେ ପୋଲିସ ପହଂଚି ବସଟି ନିଜ ହେପାଜତକୁ ନେଇଛି । ଓଭରଲୋଡିଂ କାରଣରୁ ଦୁର୍ଘଟଣା ଘଟିଥିବା ପ୍ରତାକ୍ଷଦର୍ଶୀ କହିଛନ୍ତି । ଦୁର୍ଘଟଣା ପରେ କିଛି ସମୟ ପାଇଁ ରାସ୍ତା ଯାତାୟତ ବାଧାପ୍ରାପ୍ତ ହୋଇଛି । ସୌଭାଗ୍ୟବଶତଃ ଗାଡି ଦୁର୍ଘଟଣା ଲାଗି କାହାର ଜୀବନ ଯାଇନି ।

Leave A Reply

Your email address will not be published.