ଓମାର ଅବଦୁଲ୍ଲାଙ୍କୁ ଇଡିର ଜେରା

ଶ୍ରୀନଗର ୦୮/୦୪: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ଇଡିର ଜେରା । ଦିଲ୍ଲୀ ମୁଖ୍ୟାଳୟକୁ ଡାକି ଓମାରଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରିଛି ଇଡି । ୧୨, ୧୩ ବର୍ଷ ତଳର ମୁମ୍ବାଇର ଏକ ଜମି ଡିଲ୍ ମାମଲାରେ ତାଙ୍କୁ ଜେରା କରାଯାଉଥିବା ଓମାର ଅବଦୁଲ୍ଲା କହିଛନ୍ତି । ତେବେ ଜମ୍ମୁ କାଶ୍ମୀର ବ୍ୟାଙ୍କ ଠକେଇ ମାମଲାରେ ଓମାର ଅବଦୁଲ୍ଲାଙ୍କୁ ଜେରା କରାଯାଇଥିବା ଜଣାପଡିଛି । ପୂର୍ବରୁ ଜମ୍ମୁ କାଶ୍ମୀର ବ୍ୟାଙ୍କ ଘୋଟାଲାରେ ବ୍ୟାଙ୍କ ଅଧ୍ୟକ୍ଷ ମୁସ୍ତାଖ ଅହମ୍ମଦ ଶେଖକୁ ଗିରଫ ମଧ୍ୟ କରାଯାଇ ସରିଛି । ଋଣ ପ୍ରଦାନ ଓ ନିବେଶରେ ବ୍ୟାପକ ଅନିୟମିତତା ଅଭିଯୋଗରେ ତଦନ୍ତ ଆରମ୍ଭ ହୋଇଥିଲା ।୨୦୧୦ରେ ଏହି ବ୍ୟାଙ୍କ ଜରିଆରେ ଓମାର କିଣିଥିବା ଏକ ସମ୍ପତ୍ତିରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ଏକ ମାମଲା ରୁଜୁ ହୋଇଥିଲା । ଓମାରଙ୍କୁ ଜେରା ପରେ ତାଙ୍କ ଦଳ ନ୍ୟାସନାଲ କନଫରେନ୍ସ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ଓମାରଙ୍କୁ ଜେରା ପାଇଁ ଦିଲ୍ଲୀ ମୁଖ୍ୟାଳୟରେ ହାଜର ହେବା ପାଇଁ ନୋଟିସ ଜାରି କରାଯାଇଥିଲା ଓ ସେ ସେଥିରେ ସହଯୋଗ କରିଛନ୍ତି ବୋଲି ଦଳ କହିଛି ।

Leave A Reply

Your email address will not be published.