ରାଶି ଖନ୍ନାଙ୍କ ନାଁରେ ଅଭିଯୋଗ

ନୂଆଦିଲ୍ଲୀ ୦୮।୦୪ : ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଚେହେରା ହେଉଛନ୍ତି ରାଶି ଖନ୍ନା। ବର୍ତ୍ତମାନ ରାଶି ଖନ୍ନା ଚର୍ଚ୍ଚାରେ। ନିକଟରେ ଅଜୟ ଦେବଗନଙ୍କ ୱେବସିରିଜ ‘ରୁଦ୍ର’ରୁ ବଲିଉଡରେ ପୁଣି ଥରେ ଏଣ୍ଟ୍ରି କରିଥିବା ଅଭିନେତ୍ରୀ ଏବେ ଅଡୁଆରେ ଫସିଛନ୍ତି। ତାଙ୍କ ନାଁରେ ଆସିଛି ଅଭିଯୋଗ। ସେ କୁଆଡେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ନାଁ ଖରାପ କରୁଥିବା ନେଇ ଅଭିଯୋଗ ହୋଇଛି। କିଛି ଦିନ ତଳେ ସେ ବଲିଉଡ ଓ ସାଉଥ ଇଣ୍ଡଷ୍ଟ୍ରି ମଧ୍ୟରେ ଥିବା ତଫାତ୍‌କୁ ନେଇ ନିଜ ଅଭିଜ୍ଞତା ବଖାଣି ଥିଲେ। ସେ ନିଜ ସାକ୍ଷାତକାର୍‌ରେ କହିଥିଲେ, ବଲିଉଡ ଠାରୁ ପୂରାପୁରି ଭିନ୍ନ ସାଉଥ ଇଣ୍ଡଷ୍ଟ୍ରି। ୱେବସିରିଜ ‘ରୁଦ୍ର’ରେ ତାଙ୍କ ଯେଉଁ ଚରିତ୍ର ମିଳିଛି ତାହା ମଧ୍ୟ ବହୁତ ଭିନ୍ନ। ପ୍ରଥମ ଥର ଏଭଳି ଚରିତ୍ରରେ ଅଭିନୟ କରିବା ପାଇଁ ସେ ସୁଯୋଗ ପାଇଥିବା କହିଥିଲେ। ଏଥିସହ ରାଶି ଆହୁରି କହିଥିଲେ,‘ସାଉଥ ଇଣ୍ଡଷ୍ଟ୍ରିରେ ମହିଳାମାନଙ୍କ କୌଣସି ଅସ୍ତିତ୍ୱ ନାହିଁ। ତାଙ୍କୁ ସମ୍ମାନ ମିଳୁନି।’ ଅଭିନେତ୍ରୀଙ୍କ ଏହି ବୟାନକୁ ନେଇ ଏବେ ବିବାଦ ଉପୁଜିଛି। ସେ ସାଉଥ ଇଣ୍ଡଷ୍ଟ୍ରିକୁ ବଦନାମ କରିବା ସହ ତା’ ଛବିକୁ ବିଗାଡୁଥିବା ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଛି।

Leave A Reply

Your email address will not be published.