ଜି ଉଦୟଗିରି NAC ରେ ବିଜେଡ଼ି ର ଚମତ୍କାର ପ୍ରଦର୍ଶନ

ଜି ଉଦୟଗିରି : ପୌର ନିର୍ବାଚନ ର ପର୍ବ ସରିଛି। ଜି ଉଦୟଗିରି ଏନଏସି ରେ ଉପାଧ୍ୟକ୍ଷ ନିର୍ବାଚନ ରେ ବିଜେଡ଼ି ଚମତ୍କାର ପ୍ରଦର୍ଶନ କରିଛି। ନିର୍ବାଚନ ଅଧିକାରୀ ସୁଭ୍ରାଂଜଳି ପ୍ରଧାନ ନିର୍ବାଚନ ପରିଚାଳନା କରୁଥିଲେ ବିଜେଡ଼ି ରୁ ସନ୍ତୋଷ କୁମାର ବାଘ, ବିଜେଡ଼ି ବିଦ୍ରୋହୀ ପ୍ରାର୍ଥୀ ଲେକଚର୍ ବୁଲିଆନ୍ ବିଜେପି ପକ୍ଷରୁ କୁନ୍ତିମା ମଲିକ ନାମାଙ୍କନ କରିଥିଲେ । ତିନିଜଣଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା ହେଲେ ବିଜେଡ଼ି ପ୍ରାର୍ଥୀ ସନ୍ତୋଷ କୁମାର ବାଘ ୭ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀନୀ ଓ ବିଜେଡ଼ି ବିଦ୍ରୋହୀ ପ୍ରାର୍ଥୀ ୩ ଟି ଲେଖାଏଁ ଭୋଟ ପାଇଥିଲେ। ନିୟମ ଅନୁସାରେ ୩ ଜଣ ପ୍ରତିଦ୍ବନ୍ଦିତା କରୁଥିଲେ ସର୍ବନିମ୍ନ ଭୋଟ ପାଇଥିବା ପ୍ରାର୍ଥୀ ନିର୍ବାଚନ ପ୍ରତିଦ୍ୱନ୍ଦିତା ରୁ ଦୂରେଇ ଯିବେ ହେଲେ ଏ କ୍ଷେତ୍ରର ଦୁଇଜଣ ପ୍ରାର୍ଥୀ ସମାନ ଭୋଟ ପାଇଥିବା ଯୋଗୁଁ ୨ ଜଣଙ୍କ ମଧ୍ୟରେ ଧର୍ମଗୁଳା ପକା ଯାଇଥିଲା। ଧର୍ମଗୁଳା ରେ ବିଜେପି ପ୍ରାର୍ଥୀନୀ କୁନ୍ତୀମା ପ୍ରତିଦ୍ୱନ୍ଦିତା ରେ ରହିଲେ ଓ ବିଜେଡ଼ି ବିଦ୍ରୋହୀ ପ୍ରାର୍ଥୀ ଲେକଚର୍ ବୁଲିଆନ୍ ବାଦ୍ ପଡିଲେ। ତାପରେ ପୁଣି ଭୋଟ ହୋଇଥିଲା ହେଲେ ବିଜେଡ଼ି ପ୍ରାର୍ଥୀ ସନ୍ତୋଷ ଓ ବିଜେପି ପ୍ରାର୍ଥୀନୀ କୁନ୍ତୀମା ମଧ୍ୟରେ ପ୍ରତିଦ୍ବନ୍ଦିତା ରେ ବିଜେଡି ୧୦ ଖଣ୍ଡ ଓ ବିଜେପି ପ୍ରାର୍ଥୀନୀ କୁନ୍ତିମା ୩ ଖଣ୍ଡ ଭୋଟ ପାଇଲେ। ହେଲେ ବିଜେପି ର ୪ ଜଣ କାଉନସିଲର୍ ବିଜୟ ଓ କଂଗ୍ରେସ ର 1 ହୋଇଥିବା ବେଳେ ବିଜେପି କେମିତି ୩ ଟି ଭୋଟ ପାଇଲେ। ବିଜେଡ଼ି ୭ ଟି କାଉନସିଲର ଜିତିକି ୧୦ ଖଣ୍ଡ ଭୋଟ ପାଇ ଚମତ୍କାର ପ୍ରଦର୍ଶନ କରିଛି। ଏ ଚମତ୍କାର କେବଳ ଜଣେ ଦକ୍ଷ ଯୁବ ନେତା ତଥା ସହ ପର୍ଯ୍ୟବେକ୍ଷକ କନ୍ଧମାଳ ଜିଲ୍ଲା ଶ୍ରୀ କିଶୋର ମେହେର ଙ୍କ ପାଇଁ ସମ୍ଭବ ହୋଇଛି ବୋଲି ଚର୍ଚ୍ଚା ହେଉଛି। କିଶୋର ଙ୍କୁ ବିଜେଡ଼ି ରଜ୍ୟ ବିଜେଡି ସଭାପତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାଙ୍କୁ ଦଳ ପକ୍ଷରୁ ଏଜେଣ୍ଟ ଭବରେ ଦାୟିତ୍ଵ ଦେଇଥିଲେ। ତାଙ୍କ ରଣନୀତି ଓ ଉପସ୍ଥିତ ବୁଦ୍ଧି ବିଜେଡ଼ି କୁ ବଡ଼ ବିଜୟ ଦେଇପାରିଛି। ନବ ନିର୍ବାଚିତ ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପର୍ଯ୍ୟବେକ୍ଷକ ମାନ୍ୟବର ମନ୍ତ୍ରୀ ପ୍ରତାପ ଜେନା ସାଂସଦ ଅଚୁତ ସାମନ୍ତ, ଓ ସହ ପର୍ଯ୍ୟବେକ୍ଷକ କିଶୋର ମେହେର ଏବଂ ବିଧାୟକ ସାଲୁଗା ପ୍ରଧାନ ଙ୍କ ସମେତ ସମସ୍ତ ନେତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। କିଶୋର ଙ୍କ ଏଭଳି ରଣନୀତି ଆଗକୁ ଦଳ ପାଇଁ ବହୁତ୍ ଲାଭ ଦାୟକ ହେବା ସହିତ ୨୦୨୪ ପାଇଁ ଦଳକୁ ସହାୟକ ହେବ ବୋଲି ବୁଦ୍ଧିଜୀବି ମାନେ ଆଲୋଚନା କରୁଛନ୍ତି।

Leave A Reply

Your email address will not be published.