ବାଲେଶ୍ଵରରେ ସାମ୍ବାଦିକଙ୍କୁ ପୋଲିସର ନିର୍ଯାତନା ଘଟଣାରେ , ଫୁଲବାଣୀ ପ୍ରେସ କ୍ଳବର ନିନ୍ଦା ଓ କାର୍ଯ୍ୟା ନୁଷ୍ଠାନ ଦାବୀ

ଫୁଲବାଣୀ-୮/୪ ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳର କନକ ଟିଭି ଓ ସମ୍ବାଦର ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ନୀଳଗିରୀ
ପୋଲିସ ଆକ୍ରୋଶ ମୂଳକ ଭାବେ ମାଡ ମାରିବା, ମିଛ ମାମଲାରେ ଗିରଫ କରିବା ସହ ଚିକିତ୍ସାଧୀନ ଅବସ୍ଥାରେ ଗୋଡ଼ରେ ବେଡ଼ି ପକାଇବା ଘଟଣାର ତୀବ୍ର ପ୍ରତିବାଦ କରିବା ସହ ସଂପୁକ୍ତ ଲେଡି ଆଇଆଇସି ବିରୁଦ୍ଧରେ ଦୃଢ କାର୍ଯ୍ୟ।ନୁଷ୍ଠାନ ଦାବୀ କରିଛି ଫୁଲବାଣୀ ଜିଲ୍ଲା ପ୍ରେସ କ୍ଳବ । ଆଜି ଫୁଲବାଣୀ ପ୍ରେସକ୍କବ ସଭାପତି ସୁନୀଲ ପଟନାୟକଙ୍କ ନେତୃତ୍ୱରେ ବରିଷ୍ଠ ସାମ୍ବାଦିକ ଫିଲି ମୋହନ ନାୟକ, ସନ୍ତୋଷ ଡିଗାଲ, ରାଧାମୋହନ ମହାପାତ୍ର, ସନ୍ତୋଷ ଦାସ,ବ୍ରଜ ନାୟକ,ସୁନୀଲ ବିଶ୍ୱାଳ, ସୂର୍ଯ୍ୟ ନାରାୟଣ ବେହେରା, ଅଶୋକ ମହାନ୍ତି, ବୀରେନ୍ଦ୍ର ସୁବୁଦ୍ଧି, ପ୍ରେସ କ୍ଲବ ସମ୍ପାଦକ, ପ୍ରଶାନ୍ତ ବେହେରା, ପ୍ରଶାନ୍ତ ଜେନା, ଲକ୍ଷ୍ମୀ ନାରାୟଣ ପଟନାୟକ, ଆଦିତ୍ୟ ତ୍ରିପାଠି, ସତ୍ୟନାରାୟଣ ବେହେରା, ଶିବ ନାଏକ ,ଦୁଃଖି ଶ୍ୟାମ ପ୍ରଧାନ, ବଦ୍ୟନାଥ ବେହେରା, ତ୍ରୀନାଥ ସାହୁ, ସୁଜିତ ବେହେରା, ଡ଼. ରଞ୍ଜନ ପ୍ରଧାନ, ସଞ୍ଜୟ ପାତ୍ର, ପ୍ରମୁଖ ପ୍ରେସ କ୍ଲବରୁ ଏକ ରାଲିରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ସାହୁଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ l

Leave A Reply

Your email address will not be published.