ଚାଷଜମିରେ ମାଡିଲା ପାଉଁଶ ମିଶ୍ରିତ ଜଳ

ଝାରସୁଗୁଡ଼ା ୦୯।୦୪ : ଓପିଜିସି ପାୱାର ପ୍ଲାଣ୍ଟର ଆସପଣ୍ଡକୁ ଯାଇଥିବା ପାଇପ ଫାଟିଲା। ପାଉଁଶ ମିଶ୍ରିତ ଜଳ ଚାଷଜମିକୁ ମାଡିବା ସହ ପୋଖରୀରେ ପଶିଲା। ଯାହାକୁ ନେଇ ତାତିଲେ ଝାରସୁଗୁଡା ବନହରପାଲି ଅଞ୍ଚଳବାସୀ। ଉତ୍ତ୍ୟକ୍ତ ଲୋକେ ଓପିଜିସି ପ୍ଲାଣ୍ଟ କାର୍ଯ୍ୟାଳୟକୁ ଘେରିଥିଲେ । ଖବର ଅନୁଯାୟୀ, ଶୁକ୍ରବାର ସଂଧ୍ୟା ରେ ଓପିଜିସି ତାପଜ ବିଦ୍ୟୁତ କେନ୍ଦ୍ରରୁ ତିଲିଆରେ ଥିବା ଆସପଣ୍ଡକୁ ପାଉଁଶ ମିଶ୍ରିତ ଜଳ ଯିବାକୁ ଯାଇଥିବା ପାଇପ ଫାଟିବା ଯୋଗୁଁ ବନହରପାଲି ଗାଁ ପୋଖରୀ ଓ ଗାଁ ର ଚାଷଜମିରେ ପାଉଁଶ ମିଶ୍ରିତ ଜଳ ମାଡି ଯାଇଛି । ଏ ଖବର ପାଇବା ମାତ୍ରେ ସ୍ଥାନୀୟ ଲୋକେ ଓପିଜିସି କାର୍ଯ୍ୟାଳୟକୁ ଘେରାଉ କରି କ୍ଷତିପୂରଣ ଦାବି କରିଥିଲେ।ସେମାନଙ୍କୁ ଓପିଜିସି କର୍ତ୍ତୃପକ୍ଷ ବୁଝାସୁଝା କରିଥିଲେ । ଆଜି ସ୍ଥିତି ର ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ବିଳମ୍ବିତ ରାତିରେ ଲୋକେ ନିଜ ଘରକୁ ଫେରିଥିଲେ।

Leave A Reply

Your email address will not be published.