ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ ହେଲେ ପ୍ରଦୀପ ମୁନି

କନ୍ଧମାଳ: କନ୍ଧମାଳ ବିଜେଡ଼ିରେ ନିଲମ୍ବିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ତାସହ ଗୋଷ୍ଠୀ କନ୍ଦଳ ମଧ୍ୟ ବଢିବାରେ ଲାଗିଛି। ଦଳ ମଧ୍ୟରେ ରହି ଦଳ ବିରୋଧୀ କାର୍ଯ୍ୟ ପାଇଁ ଆଜି ପୁଣି ଜଣଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଏନେଇ ଆଜି ବିଜୁ ଜନତା ଦଳର ସଭାପତିଙ୍କ ଆଦେଶ କ୍ରମେ ସାଧାରଣ ସମ୍ପାଦକ ମିଡିଆ ସେଲ ଅଧ୍ୟକ୍ଷ ମାନସ ମଙ୍ଗରାଜ କନ୍ଧମାଳର ବିଜେଡି ସାଧାରଣ ସମ୍ପାଦକ ତଥା ପୂର୍ବତନ କାଉନସିଲର ପ୍ରଦୀପ ମୁନିଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି। ଏଠାରେ କହି ରଖୁଛୁ କି ପୂର୍ବରୁ ମଧ୍ୟ ଦଳ ବିରୋଧୀ କାର୍ଯ୍ୟ ପାଇଁ ଅନେକ୍ ନେତାଙ୍କୁ ଦଳରୁ ବହିଷ୍କାର କରାଯାଇଛି ଏବଂ ଆଗକୁ ମଧ୍ୟ କରାଯିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.