ପାନୀୟ ଜଳ ସମସ୍ୟା

ନୂଆଦିଲ୍ଲୀ ୦୯/୦୪: ଜଳ ସଂକଟ। ଏବେ ବି ଅନେକ ସ୍ଥାନରେ ଲାଗି ରହିଛି ପାନୀୟ ଜଳ ସମସ୍ୟା। ଗାଁ ଗହଳି ମାନଙ୍କରେ ଅନେକ ବାଟ ଅତିକ୍ରମ କରି ଲୋକେ ଏବେବି ପାଣି ପାଇଁ ଯାଉଛନ୍ତି। କେତେବେଳେ ମାଟି ରାସ୍ତା ତ କେତେବେଳେ ଜଙ୍ଗଳ ଅତିକ୍ରମ କରି ଲୋକେ ପାଣି ପାଇଁ ପହଞ୍ଚନ୍ତି। ଏବେବି ସମ୍ପୂ୍ର୍ଣ୍ଣ ଭାବେ ପାନୀୟ ଜଳ ସମସ୍ୟା ଦୂର ହୋଇପାରିନି। ନିକଟରେ ସେମିତି ଏକ ଭିଡିଓ ସାମ୍ନାକୁ ଆସୁଛି। ଏହି ଭିଡିଓରେ ପାଣି ପାଇଁ ଚାଲିବାକୁ ପଡୁନି। ବିପଦପୂ୍ର୍ଣ୍ଣ ଅବସ୍ଥାରେ ଜଣେ ମହିଳା କୂଅ ଭିତରେ ପଶି ପାଣି କାଢୁଥିବାର ଦେଖାଦେଇଛି।  ପାଦେ ପାଦେ ବିପଦ । ତଥାପି ମହିଳା ଜଣଙ୍କ ବିପଦକୁ ଖାତିର ନକରି ପାଣି ପାଇଁ କୂଇ ଭିତରକୁ ଯାଉଛନ୍ତି ପାଣି ଆଣୁଛନ୍ତି। ଏ ଦୃଶ୍ୟ ମହାରାଷ୍ଟ୍ର ତ୍ରୟମ୍ବକେଶ୍ବର ମେଟଘର ଗାଁର। ଏଠାରେ ଦୀର୍ଘ ଦିନ ହେବ ପାନୀୟ ଜଳ ସମସ୍ୟା ଲାଗି ରହିଚି। କେବଳ ଗାଁର ଏହି ଜଣେ ମହିଳା ନୁହେଁ। ପ୍ରାୟ ମହିଳା ଏମିତି ନିଜ ଜୀବନକୁ ବିପଦରେ ପକାଇ ପାଣି ଆଣିବାକୁ ଯାଉଛନ୍ତି। କୂଣରେ କମ୍ ପାଣି ବାଲ୍‌ଟି ସାହାଯ୍ୟରେ ପାଣି ଉପରକୁ ଆସିପାରୁନଥିବାରୁ ଏଭଳି କରୁଚନ୍ତି ମହିଳା। ଏହି ଅସ୍ବଚ୍ଛ ପାଣି ପାଇଁ ଜୀବନକୁ ବାଜିରେ ଲଗାଯାଉଛି। ସୋହିତ ମିଶ୍ର ନାମକ ଜଣେ ସାମ୍ବାଦିକ ଟ୍ବିଟରରେ ଏହି ଭିଡିଓକୁ ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ ଲେଖିଛନ୍ତି, ଏବେ ଦେଶ ଏତେ ଆଗକୁ ବଢିବା ପରେ ବି  ଲୋକେ ପାଣି ପାଇଂ ଏତେ ସମସ୍ୟାର ସାମ୍ନା କରୁଛନ୍ତି, ୨୦୨୨ର ଏ ଚିତ୍ର ଦେଖିବା କଷ୍ଟକର। ଭାଇରାଲ୍‌ ହେଉଥିବା ଏହି ଭିଡିଓକୁ ସୋସିଆଲ ମିଡିଆରେ ପାଖାପାଖି ୩ ଲକ୍ଷ ଲୋକ ଦେଖିସାରିଲେଣି। ଭିଡିଓ ଦେଖି ଲୋକେ ସରକାରଙ୍କ ବ୍ୟବସ୍ଥା ଉପରେ ପ୍ରଶ୍ନ କରିଛନ୍ତି। କିଛି ଲୋକ ନେତା ମାନେ ନିର୍ବାଚନ ସରିବା ପରେ ସମସ୍ୟା ବି ଭୁଲି ଯାଆନ୍ତି ବୋଲି ଲେଖିଛନ୍ତି।

Leave A Reply

Your email address will not be published.