ହ୍ବାଇଟ୍‌ ହାଉସ୍‌ରେ ଭାରତୀୟଙ୍କ ପ୍ରଶଂସା

ନୂଆଦିଲ୍ଲୀ ୦୯/୦୪: ହ୍ବାଇଟ୍‌ ହାଉସ୍‌ରେ ଭାରlତୀୟଙ୍କ ପ୍ରଶଂସା। କାର୍ଯ୍ୟଶୈଳୀ ଏବଂ ପରିଶ୍ରମକୁ ସାବାସୀ। ଏମିତି ପ୍ରଶଂସା ବା ସାବାସୀ ସାଉଁଟିଛନ୍ତି ଗୁଜୁରାଟର ବେଦାନ୍ତ ପଟେଲ୍‌। ହ୍ବାଇଟ୍‌ ହାଉସ୍‌ର ମୁଖପାତ୍ର ଜେନ୍‌ ସାକି ତାଙ୍କର ପ୍ରଶଂସା କରିଛନ୍ତି। ଭାରତୀୟ-ଆମେରିକୀୟ ସହଯୋଗୀ ବେଦାନ୍ତ ପଟେଲ୍‌ଙ୍କୁ ସେ କହିଛନ୍ତି ‘ସୁପର୍‌-‌ଟାଲେଣ୍ଟେଡ୍‌’ । ଏବେ ସୁପର ବ୍ରେନ୍‌ର ଅଧିକାରୀ ବେଦାନ୍ତ ପଟେଲଙ୍କ ପ୍ରତି ଜେନ୍‌ ସାକିଙ୍କ ଚିନ୍ତାରେ ୟୁଟର୍ଣ୍ଣ। କାରଣ  ସାକି ଭାବୁଥିଲେ।ବେଦାନ୍ତଙ୍କୁ ସହଜ କାମ ଦିଆ ଯାଏ ବୋଲି ।ଯାହାକୁ ପରିହାସ କରୁଥିଲେ ତାକୁ ହିଁ ପ୍ରଶଂସା କଲେ। ଏବେ କହିଛନ୍ତି ବେଦାନ୍ତ ସହଜିଆ କାମ କରନ୍ତିନି। କହିଛନ୍ତି, ସେ ହେଉଛନ୍ତି ‘ସୁପର୍‌-ଟାଲେଣ୍ଟେଡ୍‌’। ସାକି ଆହୁରି କହିଛନ୍ତି, ବେଦାନ୍ତ ଜଣେ ସୁନ୍ଦର ଲେଖକ। ସେ ଗଣମାଧ୍ୟମକୁ ଭଲ ରିପୋର୍ଟ ମଧ୍ୟ କରିପାରିଛନ୍ତି। ଆଗାମୀ ସରକାରରେ ତାଙ୍କ କ୍ୟାରିୟର୍‌ ଭଲ ହେବ ବୋଲି ଅନୁମାନ। ବାଇଡେନ୍‌ ଆଡମିନିଷ୍ଟ୍ରେସନ୍‌ରେ ବେଦାନ୍ତ ପଟେଲ୍‌ ସହକାରୀ ପ୍ରେସ୍‌ ସଚିବ ଭାବେ ହ୍ବାଇଟ୍‌ ହାଉସ୍‌ରେ କାମ କରୁଛନ୍ତି।  ସେ ରିଭର୍‌ସାଇଡ୍‌ସ୍ଥିତ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟରୁ ସ୍ନାତକ ଓ ଫ୍ଲୋରିଡାର ୱାରିଙ୍ଗଟନ୍‌ କଲେଜ୍‌ ଅଫ୍‌ ବିଜ୍‌ନେସ୍‌ରୁ ‘ଏମ୍‌ବିଏ’ କରିଛନ୍ତି।
ଗୁଜରାଟରେ ଜନ୍ମିତ ବେଦାନ୍ତ। ବଢିଛନ୍ତି କାଲିଫର୍ଣ୍ଣିଆରେ। ୧୯୯୧ରୁ ଆମେରିକାରେ ରହୁଥିବା ୩୨ ବର୍ଷିୟ ବେଦାନ୍ତ ସାମ୍ବାଦିକଙ୍କର ଖୁବ୍‌ ପ୍ରିୟ।   ‌‘ଲୋୟର୍‌ ପ୍ରେସ୍‌ ଅଫିସ୍‌’ରେ ତାଙ୍କର ଡେସ୍କ ଅଛି। ସେଠାରେ ସେ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଗଣମାଧ୍ୟମ ଅନୁସନ୍ଧାନ ପରିଚାଳନା କରନ୍ତି। ଆଡମିନିଷ୍ଟ୍ରେସନ୍‌ରେ ଯୋଗଦେବା ପୂର୍ବରୁ ସେ ରାଷ୍ଟ୍ରପତିଙ୍କ ଉଦ୍‌ଘାଟନୀ କମିଟିର ଜଣେ ବରିଷ୍ଠ ମୁଖପାତ୍ର ଥିଲେ ସେ। ଏବଂ ବାଇଡେନ୍‌  ଅଭିଯାନରେ ଆଞ୍ଚଳିକ ଯୋଗାଯୋଗ ନିର୍ଦ୍ଦେଶକ ଭାବେ ମଧ୍ୟ କାମ କରୁଥିଲେ।

Leave A Reply

Your email address will not be published.