ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଘଟଣା, ପୁଣି ଜବତ ହେଲା ୧ କୋଟି ୪୦ ଲକ୍ଷ ନଗଦ ଟଙ୍କା

ଭୁବନେଶ୍ବର, ୦୯/୦୪: ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳ ଭିଜାଲାନ୍ସ ଦ୍ବାରା ଗିରଫ ଘଟଣାରେ ପୁଣି ଜବତ ହେଲା ନଗଦ ୧ କୋଟି ୪୦ ଲକ୍ଷ ଟଙ୍କା । କାର୍ତ୍ତିଶ୍ବରଙ୍କ ଦ୍ବିତୀୟ ପତ୍ନୀ କଳ୍ପନାଙ୍କ ଭଉଣୀଙ୍କ ଘରୁ କୋଟି କୋଟି ଟଙ୍କା ଜବତ ସାଲିଆସାହି ସ୍ଥିତ ଘରୁ ଟଙ୍କା ଜବତ କଲା ଭିଜିଲାନ୍ସ । ତଦନ୍ତ ବେଳେ ଭଉଣୀ ଘରେ ଟଙ୍କା ଥିବା ମାନିଥିଲେ କଳ୍ପନା । ବର୍ତ୍ତମାନ ସୁଦ୍ଧା ସହକାରୀ ଯନ୍ତ୍ରୀଙ୍କର ମୋଟ୍ ୩ କୋଟି ୪୧ ଲକ୍ଷ ୬୬ ହଜାର ଟଙ୍କା ଜବତ କରାଯାଇଛି । ଏହାସହ ପ୍ରାୟ ୩୫୪ ଗ୍ରାମ୍ ସୁନା ମଧ୍ୟ ଜବତ କରିଛି ଭିଜିଲାନ୍ସ । ପୋଖରିପୁଟରେ ୭୮ ଲକ୍ଷ ୫୦ ହଜାର ଟଙ୍କାର ଏକ ପ୍ରପର୍ଟି କିଣିଥିବା ସୂଚନା ଦେଇଛି ଭିଜିଲାନ୍ସ । ଶୁକ୍ରବାର କୋଟିପତି ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। କାର୍ତ୍ତିକେଶ୍ବରଙ୍କୁ ଗିରଫ ପରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିଲା। ଅନ୍ୟପଟେ କାର୍ତ୍ତିକେଶ୍ବରଙ୍କ ଦ୍ବିତୀୟ ପତ୍ନୀଙ୍କ ଘରୁ ଜବତ ହୋଇଥିଲା ନଗଦ ୨ କୋଟି ୫୦ ଲକ୍ଷ ଟଙ୍କା। ଭିଜିଲାନ୍ସ ଇତିହାସରେ ପୂର୍ବରୁ କେବେ ଏତେ ପରିମାଣର ନଗଦ ଟଙ୍କା ଜବତ ହୋଇନଥିଲା। ତାଙ୍କର ଜବତ ସଂପତ୍ତିର ପରିମାଣ ୪ କୋଟି ୭୬ ଲକ୍ଷ ଟଙ୍କା ଆକଳନ କରାଯାଇଥିଲା। ଜବତ ସଂପତ୍ତି ଭିତରେ ନଗଦ ଟଙ୍କା ସହିତ ସୁନା ଗହଣା, ଏକାଧିକ ଘର ଓ ପ୍ଲଟ୍ ସାମିଲ ଅଛି। ତେବେ ତାଙ୍କର ଏତିକି ସମ୍ପତ୍ତି ଅଛି । ନା ଆଗକୁ ଆହୁରି ଅନେକ ଗୁପ୍ତ ତଥ୍ୟର ସୂଚନା ମିଳିବ ବୋଲି କହିଥିଲା ଭିଜିଲାନ୍ସ । ସେନେଇ ଅଧିକ ଖୋଲତାଡ଼ କରୁଛି କ୍ରାଇମ୍‌ବ୍ରାଞ୍ଚ ।

Leave A Reply

Your email address will not be published.