ଆଜି ଇମ୍ରାନଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ ୦୯/୦୪: ଶନିବାର ଇମ୍ରାନ ଖାନଙ୍କ ଫ୍ଲୋର୍ ଟେଷ୍ଟ । ପାକ୍ ପ୍ରଧାନମନ୍ତ୍ରୀଙ୍କ ହେବ ଭାଗ୍ୟ ପରୀକ୍ଷା । ପାକିସ୍ତାନ ସଂସଦରେ ଅବିଶ୍ବାସ ପ୍ରସ୍ତାବ ଉପରେ ହେବ ଭୋଟିଂ । ହାରିଲେ ଇମ୍ରାନଙ୍କ ବିରୋଧରେ ଚାଲିପାରେ ଦେଶଦ୍ରୋହ ମାମଲା । ପାକିସ୍ତାନ ସୁପ୍ରିମକୋର୍ଟଙ୍କ ଝଟକା ପରେ ଇମ୍ରାନ ଖାନଙ୍କ ବିରୋଧରେ ଆସିଥିବା ଅବିଶ୍ବାସ ପ୍ରସ୍ତାବ ଉପରେ ଭୋଟିଂ ହେବ । ସୂଚନାନୁସାରେ, ଶୁକ୍ରବାର ଇମ୍ରାନ ଖାନ୍ ଦେଶ ଉଦ୍ଦେଶ୍ୟରେ ସମ୍ବୋଧିତ କରିଥିଲେ। ଇମ୍ରାନ୍ କହିଥିଲେ ଦେଶର ସାଂସଦ ବିକ୍ରି ହୋଇ ଯାଇଛନ୍ତି । ସେମାନଙ୍କୁ ବନ୍ଧକ ରଖା ଯାଇଛି । ପାକିସ୍ତାନ ସୁପ୍ରିମକୋର୍ଟ ବିଦେଶୀ ଷଡଯନ୍ତ୍ର ପ୍ରସଙ୍ଗରେ କହିବା ଉଚିତ ଥିଲା ବୋଲି ଇମ୍ରାନ କହିଥିଲେ । ନିଜ ସମ୍ବୋଧନରେ ଆମେରିକାକୁ କଡ଼ା ଭାଷାରେ ନିନ୍ଦା କରିବା ସହ ଭାରତକୁ ପ୍ରଶଂସା କରିଥିଲେ । ପାକିସ୍ତାନର ବିଦେଶ ନୀତିକୁ ଅନ୍ୟ ଦେଶ ନିୟନ୍ତ୍ରଣ କରୁଛନ୍ତି, ପାକିସ୍ତାନ ବିରୋଧରେ ଷଡଯନ୍ତ୍ର ରଚା ଯାଉଛି, ଯେତେବେଳେ କି ଭାରତ ସ୍ବାଭିମାନୀ ଦେଶ । ଭାରତକୁ କୌଣସି ସୁପର ପାୱାର ଆଖି ଦେଖାଇ ପାରିବେନି । ଯଦି ଗୁଲାମୀ କରିବାର ଥିଲା ତେବେ ଆମେ କାହିଁକି ସ୍ବାଧୀନ ହେଲୁ ,ଏମିତି କିଛି ପ୍ରଶ୍ନ କରିଛନ୍ତି। ଏଥିସହିତ ସଂଖ୍ୟାର ଖେଳରେ ସେ ହାରିଗଲେ ବି ନିଜକୁ ସମର୍ପଣ କରିବେ ନାହିଁ । ଏବେ ଦେଶବାସୀଙ୍କ ହାତରେ ଦେଶର ସାର୍ବଭୌମତ୍ବ , ତେଣୁ ରବିବାର ଦେଶବାସୀ ରାସ୍ତାକୁ ଓହ୍ଲାଇବା ଲାଗି ସେ ପରାମର୍ଶ ଦେଇଛନ୍ତି। ତେବେ କୌଣସି ଭଙ୍ଗାରୁଜା ଗଣ୍ଡଗୋଳ ନ କରିବା ଲାଗି ପରାମର୍ଶ ଦେଇଛନ୍ତି। ଇମ୍ରାନ ଖାନଙ୍କ ସରକାର ଭାଙ୍ଗିବା ପାଇଁ ଆମେରିକା ସିଧା ଧମକ ଦେଇଥିଲା। ଯଦି ସଂଖ୍ୟା ଭୋଟରେ ଇମ୍ରାନ ହାରିଯାଆନ୍ତି ତେବେ ପାକିସ୍ତାନକୁ ମାଫ୍ କରିଦିଆଯିବ ବୋଲି ଏମିତି କୁଆଡ଼େ ଧମକ ଦିଆଯାଇଥିଲା । ୨୨ କୋଟି ଜନତାଙ୍କ ହିତ ପାଇଁ ସେ ସବୁ କିଛି କରିଛନ୍ତି ବୋଲି କହିଥିଲେ ଇମ୍ରାନ। ତେବେ ନିଜ ସମ୍ବୋଧନରେ ଭାରତ କଥା ସେ ୩ ଥର ଉଠାଇଥିଲେ। ଯେଉଁ ସମୟରେ ସେ ଭାବ ବିହ୍ବଳ ମଧ୍ୟ ହୋଇଯଇଥିଲେ। ଯଦିଓ ୨ ଦେଶ ଏକ ସମୟରେ ସ୍ବାଧୀନ ହୋଇଥିଲା, ତେବେ ଭାରତ ନିଜର ସ୍ବାଭିମାନ ରକ୍ଷା କରିପାରିଛି। ଭାରତ ରୁଷ ନିକଟରୁ ତୈଳ କିଣୁଥିଲେ ବି କୌଣସି ସୁପରପାୱାର ପ୍ରଶ୍ନ କରିପାରିନାହାନ୍ତି। ସେହିପରି ଭାରତର ଇ.ଭି.ଏମ. ବ୍ୟବସ୍ଥାକୁ ମଧ୍ୟ ସେ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.