ଫ୍ରାନ୍ସ ରାଷ୍ଟ୍ରପତି ନିର୍ବାଚନ : ରେସରେ ଆଗରେ ମାକ୍ରୋନ୍ ଓ ପେନ୍

ନୂଆଦିଲ୍ଲୀ, ୧୧/୦୪:  ଫ୍ରାନ୍ସରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୀତି ସରଗରମ । ୪.୮୭ କୋଟି ଜନତା ସେମାନଙ୍କ ନେତା ନିର୍ବାଚିତ କରିବେ । ରାଷ୍ଟ୍ରପତି ଇମାନ୍ୟୁଏଲ ମାକ୍ରୋନ ସହ ୧୨ ଜଣ ମଇଦାନକୁ ଓହ୍ଲାଇଛନ୍ତି । ଏତିରେ ୩ ଜଣ ମହିଳା ମଧ୍ୟ ଅଛନ୍ତି । କିନ୍ତୁ ରାଷ୍ଟ୍ରପତି ରେସରେ ଆଗରେ ଅଛନ୍ତି ମାକ୍ରୋନ୍ ଏବଂ ମହିଳା ପ୍ରାର୍ଥୀ ଲି ପେନ୍ । ରବିବାର ଏଠାରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିଲା ।ଯଦି କୌଣସି ପ୍ରାର୍ଥୀଙ୍କୁ ୫୦ ପ୍ରତିଶତ କିମ୍ବା ଅଧିକ ଭୋଟ୍ ନମିଳେ ତେବେ ରନ୍ ଅଫ୍‌ରେ ରାଷ୍ଟ୍ରପତି ନିର୍ବାଚନ ହେବ । ବିଭିନ୍ନ ଓପିନିୟନ ପୋଲ୍‌ର ରିପୋର୍ଟ ଅନୁସାରେ, ରାଷ୍ଟ୍ରପତି ରେସରେ ଆଗରେ ଅଛନ୍ତି ମାକ୍ରୋନ । ତାଙ୍କୁ ୨୬ ପ୍ରତିଶତ ଲୋକେ ପସନ୍ଦ କରିଛନ୍ତି । ଦ୍ୱିତୀୟରେ ଅଛନ୍ତି ପେନ୍ । ଦେଉଛନ୍ତି କାଣ୍ଟେ କା ଟକ୍କର । ୨୫ ପ୍ରତିଶତ ଜନତାଙ୍କ ପସନ୍ଦ ସେ । ତେବେ ଉଭୟ ନେତାଙ୍କୁ ମୁସଲିମ ବିରୋଧି ବୋଲି କୁହାଯାଏ । ଗତବର୍ଷ ମାକ୍ରୋନ ଦି ଫୋରମ୍ ଅଫ୍ ଇସଲାମ ଗଠନ ପାଇଁ ଘୋଷଣା କରିଥିଲେ । ଏଥିରେ ଇସଲାମର ନୂଆ ସଙ୍ଗଠନକୁ ସ୍ୱୀକୃତି ଦେବାକୁ ମନା କରାଯାଇଥିଲା । ଫ୍ରାନ୍ସରେ ଥିବା ମୁସଲିମ ସମୁଦାୟଙ୍କୁ ବିଦେଶୀଙ୍କ ପ୍ରଭାବରେ ନ ଆସିବାକୁ ମଧ୍ୟ ମାକ୍ରୋନ କହିଥିଲେ । ସେହିପରି ପେନ୍ ମଧ୍ୟ ହେଉଛନ୍ତି ମୁସଲିମ ବିରୋଧୀ । ଯଦି ସେ ରାଷ୍ଟ୍ରପତି ହୁଅନ୍ତି ତେବେ ହିଜାବ ପିନ୍ଧିଲେ ଜରିମନା ଲଗାଇବେ ବୋଲି ମଧ୍ୟ ଘୋଷଣା କରିଥିଲେ ।

Leave A Reply

Your email address will not be published.