ପୂର୍ବ ଶତ୍ରୁତାରୁ ଛୁରାମାଡ଼

ବିନିକା ୧୧।୦୪ : ପୁର୍ବ ଶତ୍ରୁତାକୁ ନେଇ ଛୁରାମାଡ଼ I ଏଥିରେ ତିନି ଜଣ ଗୁରୁତର ହୋଇଛନ୍ତି I ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୋନପୁର ଜିଲ୍ଲା ବିନିକା ସହରର ପାତିକାର ପଡାରେ ଘଟିଛି ଏପରି ଘଟଣା । Iଖବର ଅନୁଯାୟୀ, ମୃତାହ କାର୍ଯ୍ୟପାଇଁ ସମ୍ବଲପୁର ଜିଲ୍ଲା ରେଙ୍ଗାଲିରୁ ତିନି ଜଣ ଯୁବକ ବିନିକା ସହରର ପାତିକାର ପଡାକୁ ଆସିଥିଲେ I ହେଲେ ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଛୁରା ମାଡ଼ ହୋଇଥିଲା I ଯାହାଫଳରେ ପାତିକାର ପଡ଼ାର ମା କୁମୋ ଗୁରୁ, ପୁଅ ରାଇଫଲ ଗୁରୁ ଏବଂ ରତ୍ନୀ ବାଗ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସେମାନେ ଚିକିତ୍ସିତ ହୋଇ ଘରକୁ ଯାଇଛନ୍ତି I ଏହି ଘଟଣାକୁ ନେଇ ବିନିକା ଥାନାରେ ଉଭୟ ପକ୍ଷରୁ ଥାନାରେ ମାମଲା ରୁଜୁ  କରାଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରହିଛି I

Leave A Reply

Your email address will not be published.