ଆନନ୍ଦପୁୁରରୁ ଜଣେ ଠକଙ୍କୁ ବାନ୍ଧିଲା ପୋଲିସ, ଠକିଥିଲା ୨ କୋଟିରୁ ଅଧିକ ଟଙ୍କା

ଆନନ୍ଦପୁର ୧୧।୦୪ : ଦୀର୍ଘ ୫ ମାସ ହେଲା ଖେଳୁଥିଲା ଲୁଚକାଳି । ଶେଷରେ କମିଶନରେଟ ପୋଲିସ ହାତରେ ଧରାପଡିଲା । କେନ୍ଦୁଝର ଜିଲ୍ଲା ଆନନ୍ଦପୁରରୁ ଜଣେ ଠକଙ୍କୁ ବାନ୍ଧିଲା କମିଶନରେଟ ପୋଲିସ । ୨ କୋଟିରୁ ଅଧିକ ଟଙ୍କା ଠକିଥିବା ଠକକୁ ବାନ୍ଧିଛି ପୋଲିସ ।ଖବର ଅନୁଯାୟୀ,   ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଜଣେ ଡାକ୍ତରଙ୍କ ଠାରୁ ୨୫ ଲକ୍ଷ ଟଙ୍କ ସହ ଅନ୍ୟଜଣଙ୍କ ନିକଟରୁ ୧ କୋଟି ଟଙ୍କା ଠକିଥିଲେ । ପାଖାପାଖି ୨ କୋଟିରୁ ଅଧିକ ଟଙ୍କା ଠକେଇର ଅଭିଯୋଗ ଆସିଥିଲା । ଏନେଇ କମିଶନରେଟ ପୋଲିସ ଘସିପୁରା ଏବଂ ପୋଲିସ୍ ମିଳିତ ଭାବେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌର ପରିଷଦ ୧୩ ନମ୍ବର ଓ୍ୱାର୍ଡ ସିଂହ ସାହି ସ୍ଥିତ ଏକ ଘରେ ଚଢାଉ କରିଥିଲା । ଚଢାଉ ସମୟରେ ଉମେଶଙ୍କ ପତ୍ନୀ ଶର୍ମିଲା ପ୍ରିୟଦର୍ଶୀନି ପାଢୀ ପୋଲିସକୁ ଖରାପ ଭାଷାରେ ଗାଳି ଗୁଳଜ କରିବା ସହ ଧକ୍କା ମାରିଥିଲା ।ଶେଷରେ ଘଷିପୁରା ପୋଲିସ ଉମେଶଙ୍କ ପତ୍ନୀଙ୍କ ନାମରେ ଏକ ମାମଲା ରୁଜୁ କରି  ଗିରଫ । ଉମେଶଙ୍କୁ ଗିରଫ କରିବା ସହ ଏକ ମାରୁତୀ ସିଇଫ୍ଟ କାର୍‌ ଜବତ କରିଛି । ଜବତ କାର୍‌ଟି ଚୋରୀ ହୋଇଥିବା ମଧ୍ୟ କମିଶନରେଟ୍‌ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ଖୁବ ଶୀଘ୍ର ଉଭୟଙ୍କୁ କୋର୍ଟରେ ହାଜର କରାଯିବ ।ବିଭିନ୍ନ ଉପାୟରେ ଭୁବନେଶ୍ୱର ଓ କଟକ ଅଞ୍ଚଳରେ ଲୋକଙ୍କ ଠାରୁ ଠକେଇ କରିଥିବାର ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.