ବାହାଘର ଆଉ କିଛି ଦିନ, ତାପୂର୍ବରୁ ଆଲିୟା-ରଣବୀରଙ୍କ ରୋମାନ୍ସଭରା ଫଟୋ ଭାଇରାଲ

ମୁମ୍ବାଇ ୧୧।୦୪ : ଖୁବଶୀଘ୍ର ମହେଶ ଭଟ୍ଟଙ୍କ ଲାଡଲି ଆଲିଆ ଭଟ୍ଟଙ୍କ ବାଜିବ ଶାହାନାଇ। ସେ କପୁର ଖାନଦାନର ସାଜିବେ ବୋହୂ। ବି-ଟାଉନ୍‌ରେ ଏବେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଜୋରସୋର୍‌ରେ ଚାଲିଛି ଚର୍ଚ୍ଚା ।  ଦୀର୍ଘ ଦିନର ରିଲେସନ୍‌ସିପ୍‌ ପରେ ଆଲିଆ ଓ ରଣବୀରଙ୍କ ପଡିବ ହାତଗଣ୍ଠି। ତେବେ ଦୁହେଁ କେବେ ବିବାହ କରିବେ ତା’ର ତାରିଖକୁ ଗୁପ୍ତ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି। କେବଳ ନିକଟ ସମ୍ପର୍କୀୟଙ୍କୁ ହିଁ ବିବାହ ତାରିଖ ବିଷୟରେ ସୂଚନା ମିଳିଛି। ବର୍ତ୍ତମାନ ସେମାନଙ୍କର ଆଗାମୀ  ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ରର ପୋଷ୍ଟର ରିଲିଜ୍‌ ହୋଇଛି । ଏହି ପୋଷ୍ଟରକୁ ଫ୍ୟାନମାନଙ୍କୁ ବେଶ୍‌ ପସନ୍ଦ ଆସିଛି । ପୋଷ୍ଟରରେ ଉଭୟଙ୍କୁ ରୋମାଣ୍ଟିକ ପୋଜ୍‌ରେ  ଦେଖିବାକୁ ମିଳିଛି । ଫିଲ୍ମ ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ  ତାଙ୍କର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏହି ପୋଷ୍ଟରକୁ ସେୟାର କରିଛନ୍ତି । ପୋଷ୍ଟ କରିବାର କିଛି ସମୟ  ମଧ୍ୟରେ ଏହା ଭାଇରାଲ ହୋଇଯାଇଥିଲା । ଅୟାନ ଲେଖିଥିଲେ, ବ୍ରହ୍ମାସ୍ତ୍ରର ଲଭ ପୋଷ୍ଟରକୁ ସେୟାର  କରିବା ପାଇଁ ଏହା ହିଁ ଠିକ୍‌ ସମୟ । କାହିଁକି ନା, ଏବେ  ପବନରେ କିଛି ଅଧିକ ପ୍ରେମ ଭରିରହିଛି ।

Leave A Reply

Your email address will not be published.