ଜଙ୍ଗଲରୁ ମିଳିଲା ଛୁଆ ହାତୀର ମୃତଦେହ

ମୋରଡା ୧୧।୦୪ : ଛୁଆ ହାତୀର ମୃତଦେହ ଠାବ । ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ମୋରଡ଼ା ସାନମୁଣ୍ଢାବଣି ପଞ୍ଚାୟତ ବାଘାଝରଣ ନିକଟରୁ ଠାବ ହୋଇଛି ମୃତଦେହ । ଘଟଣାସ୍ଥଳରୁ ବନବିଭାଗର ତଦନ୍ତ ଆରମ୍ଭ । ଖବର ଅନୁଯାୟୀ, ରାସଗୋବିନ୍ଦପୁର ରେଞ୍ଜ ମୋରଡ଼ା ସାନମୁଣ୍ଢାବଣି ପଞ୍ଚାୟତ ବାଘାଝରଣ ନିକଟରୁ ଏକ ଛୁଆ ହାତୀର ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଖବର ମିଳିବା ମାତ୍ରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଯାଇଥିଲା । ଏନେଇ ବନବିଭାଗକୁ ଖବର ଦିଆଯାଇଥିଲା । ବନବିଭାଗ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିନ୍ତୁ ଛୁଆ ହାତୀଟିର ମୃତ୍ୟୁ କିପରି ହେଲା, ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ସେପଟେ ସ୍ଥାନୀୟ ରେଞ୍ଜରଙ୍କ ଦାୟିତ୍ୱହୀନତା ଓ ବନବିଭାଗର ତଦାରଖ ଅଭାବରୁ ହାତୀ ଛୁଆର ମୃତ୍ୟୁ ହୋଇଥିବା ସ୍ଥାନୀୟଲୋକେ ଅଭିଯୋଗ କରିଛି । ଘଟଣାର ପୁରା ତଦନ୍ତ ହେଲେ, ସତ ପଦାକୁ ଆସିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।    

Leave A Reply

Your email address will not be published.