ଟ୍ୱିଟର୍ ବୋର୍ଡରେ ସାମିଲ ହେବେନି ଏଲନ ମସ୍କ 

ନୂଆଦିଲ୍ଲୀ, ୧୧/୦୪:   ଟ୍ୱିଟରର ସେୟାର କିଣିବା ପରେ ବିଶ୍ୱର ଏକ ନମ୍ବର ଧନି ଏଲନ ମସ୍କ କମ୍ପାନୀର ବୋର୍ଡରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି । ଏପରିକି କମ୍ପାନୀର ସିଇଓ ପରାଗ ଅଗ୍ରଓ୍ୱାଲ ମଧ୍ୟ ଏଲନଙ୍କ ବାବଦରେ ଖବର ସେୟାର କରିଥିଲେ । କିନ୍ତୁ ସେପରି କିଛି ହେବ ନାହିଁ । ଏଲନ୍ ଟ୍ୱିଟର ବୋର୍ଡରେ ସାମିଲ ହେବେ ନାହିଁ । ନିଜେ ପରାଗ ଅଗ୍ରଓ୍ୱାଲ ଏନେଇ ସୂଚନା ଦେଇଛନ୍ତି । ଟ୍ୱିଟ୍ ସହ ଏକ ନୋଟ୍ ମଧ୍ୟ ସେୟାର କରିଛନ୍ତି ପରାଗ । ସିଇଓ  ପରାଗ କହିଛନ୍ତି ଯେ,  ଏଲନ ବୋର୍ଡରେ ସାମିଲ ହେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ଏଠାରେ ସେ ଏହି ବଡ ଘୋଷଣା କରିଛନ୍ତି । ଯାହା ବାସ୍ତବରେ ସତ । ବୋର୍ଡ ଓ ସେ ଏଲନଙ୍କୁ ନେଇ ଅନେକ ଆଲୋଚନା କରିଥିଲେ । ସିଧାସଳଖ ଭାବେ ଏଲନଙ୍କ ସହ ଏନେଇ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.