ପ୍ରାର୍ଥନା ବିଳମ୍ବ ହେବାରୁ ରାଗିଗଲେ ଶିକ୍ଷକ: ଛାତ୍ରୀଙ୍କୁ ବସ୍‌ ଉଠ କଲେ, ୭ ଛାତ୍ରୀ ହସ୍ପିଟାଲରେ ଭର୍ତ୍ତି

ପାଟଣାଗଡ଼ ୧୧/୦୪: ପାଟଣାଗଡ଼ ବ୍ଲକ ଶୁନାମୁଦି ଗାଁରେ ଥିବା ବାପୁଜି ହାଇସ୍କୁଲରେ ଅଘଟଣ । ପ୍ରାର୍ଥନା ବିଳମ୍ବ ହେବାରୁ ଭୂଗୋଳ ଶିକ୍ଷକ ଛାତ୍ରୀମାନଙ୍କୁ ୫୦ଥର କାନ ଧରି ଉଠ ବସ କଲେ । ଫଳରେ ୭ ଜଣ ଛାତ୍ରୀ ବେହୋସ ହୋଇ ପଡିଯାଇଥିଲେ । ସଂଗେ ସଂଗେ ସେମାନଙ୍କୁ ହସ୍ପିଟାଲକୁ ନିଆଯାଇଛି । ଚିକିତ୍ସା ପାଇଁ ପାଟଣାଗଡ଼ ଡାକ୍ତରଖାନାକୁ ଆଣି ଚିକିତ୍ସିତ କରାଯାଇଛି । ସେପଟେ ଘଟଣା ପରେ ସବୁଠି ଆଲୋଚନାର ବିଷୟ ପାଲଟିଛି । ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।

Leave A Reply

Your email address will not be published.