ବାଇକ୍‌ରେ ବୁହା ହେଲା ଶିଶୁର ମୃତଦେହ

ମାଲକାନଗିରି ୧୧।୦୪: ପୁଣି ଶବକୁ ଅସମ୍ମାନ । ବାଇକ୍‌ରେ ବୁହା ହେଲା ମୃତଦେହ । ଟଙ୍କା ଅଭାବ ନା ଆଉ କିଛି । ଯାହାକୁ ନେଇ ଏବେ ଉଠିଛି ପ୍ରଶ୍ନ । ମାଲକାନଗିରି ଜିଲ୍ଲା ସଦର ବ୍ଲକ ସିନ୍ଧ୍ରିମାଳ ପଞ୍ଚାୟତରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଖବର ଅନୁଯାୟୀ,  ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ସିନ୍ଧ୍ରିମାଳ ପଞ୍ଚାୟତର ତୋଙ୍ଗଗୁଡା ଗ୍ରାମର ଇର୍ମା ମାଢିଙ୍କ ୪ ବର୍ଷର ଝିଅ ରଶ୍ମିତାଙ୍କ ଦେହ ଖରାପ ହେବାରୁ ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ତାରେ ଶିଶୁଟିର ମୃତ୍ୟୁ ହୋଇଛି । ତେବେ ମୃତ୍ୟୁ ପରେ ସରକାରଙ୍କ ନିୟମ ଅନୁଯାୟୀ ଶବକୁ ମହା ପ୍ରଣାୟଣ ଗାଡିରେ ଘରକୁ ପଠା ଯିବାର ନିୟମ ରହିଛି । ହେଲେ ଏଥିପାଇଁ କିଲୋମିଟର ପିଚ୍ଛା ୧୩ ଟଙ୍କା ହିସାବରେ ଟଙ୍କା ପୈଠ କରିବାକୁ ପଡେ । ଶବ ବାହକ ଭଡା ମାତ୍ର ପାଞ୍ଚ ଶହ ଦେଇ ନପାରି ଇର୍ମା ମାଢି ତାଙ୍କ ଝିଅର ମୃତ ଦେହକୁ ଏପରି ଭାବେ ଦିର୍ଘ ୧୫ କିଲୋମିଟର ରାସ୍ତା ମୋଟର ସାଇକେଲ୍‌ରେ ବୋହି ନେଇଥିବା କଥା କହିଛନ୍ତି । ସେପଟେ ଏହି ଘଟଣାକୁ ନେଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରି କହିଛନ୍ତି ଯେ ଶବ ବାହକ ବଦଳରେ ମୋଟର ସାଇକେଲ ଯୋଗେଁ ମୃତ ଦେହ ନେବା ଲାଗି ପରିବାର ଲୋକେ କହିଥିଲେ । ଏମିତିକି ମେଡିକାଲ ଅଧିକାରି ଏଥିପାଇଁ ରାଜି ନହେବାରୁ ଶେଷରେ ଖାତାରେ ହସ୍ତାକ୍ଷର କରି ମୃତଦେହ ନେଇଥିଲେ ପରିବାର ଲୋକେ ।  

Leave A Reply

Your email address will not be published.