ବିଦ୍ୟୁତ ଟ୍ରାନ୍ସଫର୍ମର ପାଖରେ ମାତାଲ ହୋଇ ଶୋଇପଡିଲେ ଯୁବକ

ଦାରିଙ୍ଗବାଡ଼ି ୧୨/୦୪: ବାଲିଗୁଡା ସବଡିଭିଜନ ଦାରିଙ୍ଗବାଡ଼ି ସେକ୍ସନ ସିମନବାଡ଼ି ଫିଡର ବୁଡ଼ାଗୁଡା ଗ୍ରାମରେ ଲାଗିଥିବା ୧୦୦ କେଭି ବିଦ୍ୟୁତ ଟ୍ରାନ୍ସଫର୍ମର ତଳେ ଶୋଇପଡିଥିଲେ । ସୋମବାର ସନ୍ଧ୍ୟା ସମୟରେ ଜଣେ ଯୁବକ ମଦ୍ୟପାନ କରି ଶୋଇଥିବା ଦେଖିବାକୁ ମିଳିଥିଲା । ଭାଗ୍ୟ ବଶତଃ କାଳ ବୈଶାଖୀ ମେଘ ପବନ କାରଣରୁ ବିଦ୍ୟୁତ କଟିଯାଇଥିଲା । ସେହିରାସ୍ତା ଦେଇ କିଛି ଲୋକ ଯାତାୟାତ କରୁଥିବା ବେଳେ ହଠାତ ଉକ୍ତ ଯୁବକକୁ ଦେଖିଥିଲେ । ଯାହାରି ଫଳରେ ଜଣେ ଯୁବକ ସାହସର ସହ ଯାଇ ଉକ୍ତ ଯୁବକଙ୍କୁ ସେଠାରୁ ଉଦ୍ଧାର କରି ଆଣିଥିଲେ । ଯୁବକ ଜଣକ ଗଞ୍ଜୁଗୁଡା ଗ୍ରାମର ବୋଲି କହିଥିବା ବେଳେ ଅତ୍ୟଧିକ ମଦ୍ୟପାନ କରି ଭୁଲରେ ନିଶାସକ୍ତ ଅବସ୍ଥାରେ ବିଦ୍ୟୁତ ଟ୍ରାନ୍ସଫର୍ମର ପାଖକୁ ଚାଲି ଆସିଥିବା କହିଥଲା । ଯଦି ବିଦ୍ୟୁତ ଥାନ୍ତା ତେବେ ଏକ ବଡ ଦୁର୍ଘଟଣା ଘଟିଥାନ୍ତା ବୋଲି ଅଞ୍ଚଳରେ ଚର୍ଚ୍ଚା ଧରିଛି ।

Leave A Reply

Your email address will not be published.