ରୋପ ଓ୍ୱେ ଦୁର୍ଘଟଣା : ଏବେବି ଫସିଛନ୍ତି ୧୫ ପର୍ଯ୍ୟଟକ

ରାଞ୍ଚୀ ୧୨/୦୪: ଝାଡ଼ଖଣ୍ଡ ଦେଓଘର ରୋପ୍ ୱେ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩ କୁ ବୃଦ୍ଧି ପାଇଛି। ପୂର୍ବରୁ ରୋପ୍ ୱେ ଦୁର୍ଘଟଣା ସମୟରେ ୨ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ, ଜଣେ ବ୍ୟକ୍ତିଙ୍କର ରେସ୍କ୍ୟୁ ଅପରେସନ ସମୟରେ ପ୍ରାଣହାନି ଘଟିଛି। ଏବେବି ସେଠାରେ ୧୫ ଜଣ ଲଟକି ରହିଥିବା ଜଣାପଡିଛି । ସୂଚନାନୁସାରେ, ରବିବାର ରାତିରେ ଦେଓଘର ତ୍ରିକୁଟରେ ରୋପ ଓ୍ୱେ ଝିଡି ଯାଇଥିଲା । ଫଳରେ ୫୦ରୁ ଅଧିକ ପର୍ଯ୍ୟଟକ ଫସି ରହିଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ୩ ଜଣ ପ୍ରାଣ ହରାଇଥିଲେ । ଜଣେ ବ୍ୟକ୍ତିଙ୍କୁ ଦଉଡ଼ି ଯୋଗେ ହେଲିକପ୍ଟର ପର୍ଯ୍ୟନ୍ତ ଟାଣି ନିଆଯାଇଥିଲା, ହେଲେ ଏହି ସମୟରେ ସେଠାରେ ସଂପୃକ୍ତ ବ୍ୟକ୍ତି ସନ୍ତୁଳନ ହରାଇଥିଲେ। କିଛି ସମୟ ସେ ହେଲିକପ୍ଟରରକୁ ଧରି ଓହଳି ରହିବା ଲାଗି ଚେଷ୍ଟା ମଧ୍ୟ କରିଥିଲେ। କିନ୍ତୁ ପରେ ସେ ୨ହଜାର ଫୁଟ ତଳକୁ ଖସି ପଡ଼ିଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏବେବି ଆହୁରି ୧୫ ଜଣଙ୍କୁ ଉଦ୍ଧାର କରାଯିବା ବାକି ରହିଛି ।  ଏହାମଧ୍ୟରୁ ଜଣେ ପାରା ମିଲିଟାରୀ ଯବାନ ରହିଛନ୍ତି । ୪୦ ଘଣ୍ଟା ବିତି ଯାଇଥିଲେ ବି ସମସ୍ତଙ୍କୁ ଉଦ୍ଧାର କରିବା ସମ୍ଭବପର ହୋଇ ନାହିଁ । ରୋପ ଓ୍ୱେ ଚଲାଉଥିବା କମ୍ପାନୀ ଦାମୋଦର ପ୍ରାଇଭେଟ ଲିମିଟେଡର ଜେନେରାଲ ମ୍ୟାନେଜର ମହେଶ ମହତୋ ହିଛନ୍ତି ଯେ, ଦୁର୍ଘଟଣାରେ ୮ ଜଣ ଗୁରୁତର ହୋଇଛନ୍ତି । ଚିକିତ୍ସା ବେଳେ ଜଣଙ୍କର ମୃତ୍ୟୁ ହୋଇଥିଲା । ୪୮ ଜଣ ସେଠାରେ ଫସି ରହିଥିଲେ । ୩୪ ଜଣଙ୍କୁ ଉଦ୍ଧାର କରାଯାଇଛି । ଏହାମଧ୍ୟରୁ ଜଣେ ଉଦ୍ଧାର ବେଳେ ପ୍ରାଣ ହରାଇଛନ୍ତି । ଫସି ରହିଥିବା ପର୍ଯ୍ୟଟକଙ୍କୁ ଡ୍ରୋନ୍ ମାଧ୍ୟମରେ ଖାଇବା ଓ ପାଣି ଦିଆଯାଉଥିବା ସେ କହିଛନ୍ତି ।

Leave A Reply

Your email address will not be published.